ଲୋଭି ବାଘ
ଆଇ ମା କାହାଣୀ ପେଡିରେ ଏଭଳି ଅନେକ ଗପଥାଏ ଯାହା ସମାଜକୁ ଅନେକ ଶିକ୍ଷା ପ୍ରଦାନ କରିଥାଏ । ଛୋଟଛୋଟ ପିଲାମାନେ ସମସ୍ତେ ଏହି ଗପରୁ ବହୁତ ଶିକ୍ଷା ପାଇଥାଆନ୍ତି । ଏହିଭଳି ଗପ ଶୁଣିଶୁଣି ସେମାନେ ଜୀବନର ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ସମ୍ପର୍କରେ ଶିକ୍ଷା କରିଥାଆନ୍ତି ।
ଏହି ତାଲିକାରେ ଅନେକ ଗପ ସାମିଲ ଅଛି । ସେଥିରେ ପ୍ରାୟତଃ ଗଳ୍ପରେ ପଶୁ ପକ୍ଷୀଙ୍କର ଉଦାହରଣ ଦେଇ ଜୀବନର ରହସ୍ୟ ବୁଝାଯାଇଥାଏ । ସେହିଭଳି ଏକ ଗପ ହେଲା ଲୋଭି ଭାଗ । କିଭଳି ଆମ ଜୀବନରେ ଲୋଭ ଖୁବ ହାନିକାରକ । ଏହା ସବୁବେଳେ ଜୀବନରେ ସମସ୍ତଙ୍କୁ ଅସୁବିଧାରେ ପକାଇଥାଏ ତାହା ଏହି ଗପରେ ବୁଝା ଯାଇଛି । ସେହିଭଳି ଏକ କାହାଣୀ ସମ୍ପର୍କରେ ଆସନ୍ତୁ ଜାଣିବା । ଏକଦା ଗୋଟିଏ ଜଙ୍ଗଲରେ ବାଘଟିଏ ରହୁଥାଏ । ବାଘଟି ଅଳସୁଆ କାରଣରୁ ଶିକାରକୁ ଯାଇ ନଥାଏ । ସବୁବେଳେ ଘରେ ବସିବସି କିଭଳି ନିଜର ଖାଇବା ଯୋଗାଡ କରିବ ସେଇ ଚିନ୍ତାରେ ରହିଥାଏ । ସବୁବେଳେ ଅନ୍ୟମାନଙ୍କୁ ଠକିବା ମୁଡରେ ସେ ରହିଥାଏ । କିଭଳି ଅନ୍ୟଙ୍କୁ ଧୋକା ଦେଇ ନିଜ କାମ ହାସଲ କରିହେବ ସେହି ବୁଦ୍ଧି ସବୁବେଳେ ବାଘ ଭାବୁଥାଏ । ଏହିପରି ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ପଶୁଙ୍କୁ ପାଖକୁ ଡାକି ଧୋକାରେ ସେ ମାରି ଖାଏ । ତେବେ ଏହିଭଳି କିଛିଦିନ ଯିବାପରେ ତାର ଠକାମି ସମ୍ପର୍କରେ ସମସ୍ତ ପଶୁ ଜାଣିଗଲେ ତେଣୁ ସମସ୍ତେ ତାଠାରୁ ଦୂରରେ ରହିଲେ । କିଛି ଦିନ ଗୁମ୍ଫାରେ ଭୋକରେ ରହିବା ପରେ ସେ ବାହାରକୁ ବାହାରିଲା । ଦେଖିଲା ଗୋଟିଏ ସ୍ଥାନରେ ହେଟାବାଘମାନେ ଗୋଟିଏ ହରିଣକୁ ମାରିଛନ୍ତି, ହେଲେ ଖାଇ ନାହାନ୍ତି । ବାଘଟି ଉପାୟ ବାହାର କରି ସେମାନଙ୍କ ଖାଦ୍ୟକୁ ଗଛ ଉପରେ ଜଗି ରହିବ ବୋଲି କହିଲା । ସେମାନେ ଆଉ ଏକ ଶିକାର କରିବା ପର୍ଯ୍ୟନ୍ତ ବାଘଟି ଗଛ ଉପରେ ମଲା ହରିଣଟିକୁ ଜଗିବ ବୋଲି କହି ସେମାନଙ୍କୁ ଜଙ୍ଗଲ ଭିତରକୁ ଛାଡିଦେଲା । ହେଲେ ଏହାପରେ ସେ ମଦୀ କୂଳରେ ଥିବା ଗଛ ଉପରେ ବସି ହରିଣକୁ ଖାଇବାକୁ ଲାଗିଲା । ଅଧା ଖିଆରେ ଜୋରରେ ପବନ ହେଲା ଏବଂ ହରିଣଟି ପାଣି ଭିତରକୁ ପଡିଗଲା । ଏହାଦେଖି ବାଘ ନଦୀକୂଳରେ କାନ୍ଦିବାକୁ ଲାଗିଲା । ତାର କାନ୍ଦ ଦେଖି ବରୁଣ ଦେବଙ୍କୁ ଦୁଃଖ ଲାଗିଲା । ସେ ବାଘ ଆଗରେ ପ୍ରକଟହୋଇ ତାକୁ କାନ୍ଦିବାର କାରଣ ପଚାରିଲେ । ବାଘ ମିଛରେ କହିଲା ମୁଁ ଏତେ ପରିଶ୍ରମ କରି ହରିଣ ଶିକାର କରିଥିଲି ହେଲେ ମୋର ଖାଇବା ପାଣିରେ ପଡ଼ିଗଲା । ଏହାପରେ ବରୁଣ ଦେବ ତାକୁ ତାର ହରିଣ ଫେରାଇଦେଇଥିଲେ, ଏବଂ ଏହାସହିତ ଆହୁରି ଅନ୍ୟ ଖାଦ୍ୟ ମଧ୍ୟ ଦେଇଥିଲେ । ଏହାପରେ ବାଘ ସିଧା ଗୁମ୍ଫାକୁ ଚାଲିଗଲା । ଏହାପରଦିନ ହେଟାବାଘ ଫେରି ଦେଖନ୍ତି ବାଘ ନାହିଁ କି ତାଙ୍କର ଶିକାର ନାହିଁ । ସେମାନେ ସେଠାରେ ଜଗି ବସିଲେ । ବାଘଟି ପୂନର୍ବାର ସେଦିନ ସେହି ଗଛ ପାଖକୁ ଆସି ସେହିଭଳି ଗୋଟିଏ ହରିଣ ଧରି ଗଛ ଉପରକୁ ଉଠିଗଲା । ଏବଂ କିଛି ସମୟ ପରେ ସେ ଅଧା ହରିଣ ମାଂସକୁ ଜାଣିଜାଣି ପାଣିକୁ ପକାଇ ଦେଲା ଏବଂ ବସି କାନ୍ଦିଲା । ଏହାପରେ ବରୁଣ ଦେବ ପୁଣି ପ୍ରକଟ ହୋଇ ତାକୁ ଆହୁରି ଖାଦ୍ୟ ଦେଲେ । ଏହା ଦେଖି ହେଟା ବାଘଙ୍କର ରାଗ ବଢିଲା । ବାଘଟି ନଦୀ କୂଳରୁ ଯିବାପରେ ସେମାନେ ବରୁଣ ଦେବଙ୍କୁ ସମସ୍ତ କଥା ପ୍ରକାଶ କରିଲେ । ଏହାପରେ ବରୁଣ ଦେବ ବାଘଟିକୁ ବୁଦ୍ଧି ଶିଖାଇବାକୁ ଚିନ୍ତା କଲେ । ପରଦିନ ବାଘ ଠିକ୍ ପୂର୍ବଦିନ ଭଳି କାମ କଲା । ଯେତେବେଳେ ବରୁଣ ଦେବଙ୍କୁ ସେ ଖାଦ୍ୟ ମାଗିଲା, ସେତେବେଳେ ବରୁଣ ଦେବ କହିଲେ ମୁଁ ତୋତେ ଏଭଳି ଏକ ଜୀବ ଦେବି ଯେ ତୁ ଜୀବନସାରା ଖାଇବୁ । ବରୁଣ ଦେବଙ୍କ ପାଟିରୁ କଥା ସରିନି ଏକ କୁମ୍ଭୀର ଭାଗକୁ ଆକ୍ରମଣ କରିଲା । କୁମ୍ଭୀରର ଆକ୍ରମଣରେ ବାଘର ଜୀବନ ଗଲା, ଏହାପରେ ହେଟାବାଘମାନେ ମନଭରି ତାର ମାଂସକୁ ଭକ୍ଷଣ କଲେ । ତେଣୁ ଅତି ଲୋଭରୁ ମୃତ୍ୟୁ ହୋଇଥାଏ ବୋଲି ଏହି ଗପ ସୂଚାଇଥାଏ ।
Related Posts



