ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର : ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ମଜବୁତ କରି, ଭାରତ ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରୁ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇଥିଲା, କ୍ଷେପଣାସ୍ତ୍ରଟି ସଫଳତାର ସହ ଏହାର ସମସ୍ତ ଲକ୍ଷ୍ୟକୁ ଟାର୍ଗେଟ କରିଥିଲା।

ସମ୍ବନ୍ଧିତ ଖବର ପୀତବାସ ପଣ୍ଡା ହତ୍ୟା ମାମଲା,କୋର୍ଟରେ ହାଜର ହେଲେ ୧୫ ଅଭିଯୁକ୍ତ

ଅଗ୍ନି-୩ ହେଉଛି ପରମାଣୁ କ୍ଷମତା ସହିତ ସଜ୍ଜିତ ଏକ ମଧ୍ୟବର୍ତ୍ତୀ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଯାହାର ଲକ୍ଷ୍ୟଭେଦ କ୍ଷମତା ୩,୦୦୦ ରୁ ୩,୫୦୦ କିଲୋମିଟର ମଧ୍ୟରେ ଆକଳନ କରାଯାଇଛି । ଏହି ସ୍ୱଦେଶୀ କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ। ଏହା ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ((SFC) ର ତତ୍ତ୍ୱାବଧାନରେ କରାଯାଇଥିଲା । ଉତ୍କ୍ଷେପଣ ପରେ, କ୍ଷେପଣାସ୍ତ୍ରଟି ସଠିକ୍ ଦିଗରେ ଉଡ଼ିଥିଲା ଏବଂ ସଠିକ୍ ଭାବରେ ଲକ୍ଷ୍ୟସ୍ଥଳକୁ ଛୁଇଁଥିଲା । ଅଧିକାରୀମାନେ କହିଛନ୍ତି ଯେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ରର କାର୍ଯ୍ୟକାରିତା ଏବଂ ନିର୍ଭର ଯୋଗ୍ୟତାକୁ ଯାଞ୍ଚ କରିବା ପାଇଁ ଏକ ନିୟମିତ ଅଭ୍ୟାସର ଅଂଶ ଥିଲା ।

ସମ୍ବନ୍ଧିତ ଖବର ଟଙ୍କା ଅଭାବରୁ ଆସିପାରୁନାହିଁ ଦାଦନଙ୍କ ମୃତଦେହ

 

ସମ୍ବନ୍ଧିତ ଖବର ପୁଣି କମିଲା ସୁନା - ରୂପା ଦର

Tags: