ଜିଲ୍ଲା
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ହେଟ ସ୍ପିଚ ପ୍ରସାର କଲେ ବନ୍ଧା ହେବେ; କମିଶନରେଟ ପୋଲିସ
Published On
By Samaya Live
ଭୁବନେଶ୍ୱର : କଟକ ଗୋଷ୍ଠୀ ସଂଘର୍ଷ ପରେ ସୋସିଆଲ୍ ମିଡିଆ ଉପରେ କଡା ନଜର ରଖିଛି କମିଶନରେଟ୍ ପୋଲିସ । ସାମ୍ପ୍ରଦାୟିକ ସଦ୍ଭାବ ବିରୋଧ (ହେଟ୍ ସ୍ପିଚ୍) ପୋଷ୍ଟ କରୁଥିଲେ ବନ୍ଧା ହେବେ । ଏଭଳି ପୋଷ୍ଟ କରୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଜଗତସିଂହପୁରର ଅର୍ସଦ ଅଲ୍ଲୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ପୋଲିସ କମିଶନରଙ୍କ ଅନୁସାରେ, “ଅର୍ସଦ ଅଲ୍ଲୀ ଇନଷ୍ଟାଗ୍ରାମରେ ଆପତ୍ତିଜନକ […]
ପୁଣି ଉପୁଜିଲା ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ
Published On
By Samaya Live
ଭୁବନେଶ୍ୱର : ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। କିନ୍ତୁ କେବେ ପାଳନ ହେବ ଦୀପାବଳି,ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଅକ୍ଟୋବର ୨୦ ତାରିଖ ନା ୨୧ ତାରିଖରେ ପାଳନ ହେବ ପର୍ବ । ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି । ତେବେ ଶ୍ରୀମନ୍ଦିରରେ ୨୦ […]
ମୋ ଦଳ ପ୍ରଥମ କିମ୍ବା ଶେଷରେ ରହିବ : ପ୍ରଶାନ୍ତ କିଶୋର
Published On
By Samaya Live
ପାଟନା: ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ବିହାର ରାଜନୀତିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛନ୍ତି। ସେ କହିଛନ୍ତି, ଜନତା ଦଳ ୟୁନାଇଟେଡ୍ ଆଗାମୀ ବିଧାନସଭା ନିର୍ବାଚନରେ ୨୫ରୁ କମ୍ ଆସନରେ ଜିତିବ। ବିଜେପି ମଧ୍ୟ କ୍ଷତି ସହିବ ଏବଂ ବିରୋଧୀ ମେଣ୍ଟ ତୃତୀୟ ସ୍ଥାନରେ ରହିବ। ପ୍ରଶାନ୍ତ କିଶୋର (ପିକେ) କହିଛନ୍ତି, ତାଙ୍କ ଦଳ ୨୪୩ ଆସନରେ ନିର୍ବାଚନ ଲଢ଼ିବ ଏବଂ କାହା ସହ ମେଣ୍ଟ କରିବ ନାହିଁ। ପିକେ କହିଛନ୍ତି, ତାଙ୍କ […]
ପାନ ଛେପ ଦାଗ ଥିବା ଫାଇଲ୍ ପ୍ରତ୍ୟାଖ୍ୟାନ ପାଇଁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ
Published On
By Samaya Live
ନୂଆଦିଲ୍ଲୀ: କୋର୍ଟ ଫାଇଲ୍ରେ ପୃଷ୍ଠା ଓଲଟାଇବାପାଇଁ କିଛି ରେଜିଷ୍ଟ୍ରି କର୍ମଚାରୀ ପାନ ଛେପ ବ୍ୟବହାର କରୁଛନ୍ତି ଏବଂ ଏହାଦ୍ବାରା ଫାଇଲ୍ରେ ନାଲି ଦାଗ ରହିଯାଉଛି। ରେଜିଷ୍ଟ୍ରି କର୍ମଚାରୀଙ୍କ ଏଭଳି ଅଭ୍ୟାସ ପାଇଁ ଆହ୍ଲାବାଦ ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। କୋର୍ଏଟ କହିଛନ୍ତି ଏମିତି ଅଭ୍ୟାସ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଏବଂ ଏହା ସଂକ୍ରମଣ ବିପଦ ବଢ଼ାଉଛି। ଜଷ୍ଟିସ ଶ୍ରୀ ପ୍ରକାଶ ସିଂହଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୨୨ ତାରିଖରେ ଏନେଇ କୋର୍ଟ ରେଜିଷ୍ଟ୍ରି ଏବଂ ସରକାରୀ ଆଇନ ଅଫିସ୍କୁ […]
ଆଜି ଜନ୍ମଦିନ, ଲତା ମଙ୍ଗେସକର
Published On
By Samaya Live
ଭାରତୀୟ ସଙ୍ଗୀତ ଜଗତର ଜଣେ ଜୀବନ୍ତ କିମ୍ବଦନ୍ତୀ ଭାବେ ଲତା ମଙ୍ଗେସକର ପରିଚିତ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର “ଭାରତରନି’ରେ ସମ୍ମାନିତ କରାଯାଇଛି । ଲତା ମଙ୍ଗେସକରଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପେଫମ୍ବର ୨୮ ତାରିଖରେ ହୋଇଥିଲା । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ […]
ନେସନାଲ ଜିଓଗ୍ରାଫିକ ବହିରେ ସ୍ଥାନ ପାଇଲା ଶିମିଳିପାଳ ର କଳାବାଘ ,ଏକ୍ସରେ ପୋଷ୍ଟ କରି ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର : ଚର୍ଚ୍ଚାରେ ମୟୁରଭଞ୍ଜ । ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନେସନାଲ ଜିଓଗ୍ରାଫିକ ବହି ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ ସ୍ଥାନ ପାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି। ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଶିମିଳିପାଳର ସୌନ୍ଦର୍ଯ୍ୟ କଳାବାଘର ଚିତ୍ର ଦେଖି ଖୁସି ହେଲି ବୋଲି କହିଛନ୍ତି । ଏଥିସହ ଶିମିଳିପାଳର ଉଦ୍ଭିଦ ଓ ବନ୍ୟଜନ୍ତୁ ଭୂଦେବୀଙ୍କ ଆଶୀର୍ବାଦ ବୋଲି କହିଛନ୍ତି। ଶିମିଳିପାଳ […]
ସରକାରୀ ବସରେ ମାଗଣାରେ ଯିବେ ଛାତ୍ରଛାତ୍ରୀ
Published On
By Samaya Live
ଭୁବନେଶ୍ୱର :ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଗଣା ବସ ସେବା । ଏଣିକି ସରକାରୀ ବସ୍ରେ ମାଗଣାରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ସରକାରୀ ବସ୍ରେ ମାଗଣାରେ ଛାତ୍ରଛାତ୍ରୀ ଯାଇପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ […]
ଆସନ୍ତା ୨୭ରେ ସ୍ବତନ୍ତ୍ର OTET ,୧୭ ରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ
Published On
By Samaya Live
କଟକ : ସେପ୍ଟେମ୍ବର ୨୭ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା। ଦୁଇଟି ସିଟିଂରେ ପେପର-୧ ଓ ପେପର-୨ ପରୀକ୍ଷା ହେବ। ପୂର୍ବାହ୍ନ ୯ ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପତ୍ର ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ ୨ ଟାରୁ ୪ଟା ୩୦ ଯାଏଁ ଦ୍ବିତୀୟ ପତ୍ର ପରୀକ୍ଷା ହେବ। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ ୧୭ ସେପ୍ଟେମ୍ବରରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। […]
୮୦୦ ଏକର ଜାଗାରେ ଗଢା ହେବ ନୂଆ ଭୁବନେଶ୍ୱର
Published On
By Samaya Live
ଭୁବନେଶ୍ୱର: ଗଢ଼ା ହେବ ନୂଆ ଭୁବନେଶ୍ୱର । ରାଜଧାନୀର ଉପକଣ୍ଠରେ ଥିବା ମଳିପଡ଼ା, ଦଶପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳରେ ୮୦୦ଏକର ଜମିରେ ଏକ ନୂତନ ଭୁବନେଶ୍ୱର ପ୍ରତିଷ୍ଠା ହେବ। ଏନେଇ ସୂଚନା ଦେଇଛନ୍ତି ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ସିଟିକୁ ନେଇ ବଢିଛି ଉତ୍କଣ୍ଠା । ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି। […]
ଅନଲାଇନ ଗେମ ହେଲା କାଳ,ଜୀବନ ହାରିଲେ ୮ମ ଶ୍ରେଣୀ ଛାତ୍ର
Published On
By Samaya Live
ବାଲେଶ୍ୱର : ଅନଲାଇନ ଗେମ ହେଲା କାଳ। ଅନଲାଇନ ଖେଳ ନିଶାରେ ବାୟା ହେଉଛନ୍ତି ଛାତ୍ରଛାତ୍ରୀ । ପରିବାର ଲୋକେ ବାରଣ କଲେ ଜୀବନ ହାରିବାକୁ ବି ପଛାଉ ନାହାନ୍ତି । ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗ୍ରାମରେ । ଅନଲାଇନ ଖେଳିବାକୁ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ମୃତ ଛାତ୍ର ହେଉଛନ୍ତି ଗ୍ରାମର ସନ୍ତୋଷ […]
ମୁଖ୍ୟମନ୍ତ୍ରୀଙ୍କ ସାମନ୍ତବାଦ ବାଣ
Published On
By Samaya Live
କୋରାପୁଟ : ରାକ୍ଷୀ ପୂର୍ଣ୍ଣିମା ଅବସରରେ ହିତାଧିକାରୀଙ୍କ ଖାତାକୁ ଆସିଛି ସୁଭଦ୍ରାର ତୃତୀୟ କିସ୍ତି । ଅଗଷ୍ଟ ୯ ତାରିଖରେ କୋରାପୁଟର ଜୟପୁର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଆଜି ୧କୋଟିରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପଠାଯାଇଛି । ଆଜି ତୃତୀୟ କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ହିତାଧିକାରୀ ପାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗ ଉଠାଇଥିଲେ । ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ହିସାବରେ […]
ଅଗଷ୍ଟ କ୍ରାନ୍ତି ଦିବସ
Published On
By Samaya Live
ଆଜି ଅଗଷ୍ଟ ୯ ତାରିଖ । ଆଜିର ଦିନକୁ ସମଗ୍ର ଭାରତବର୍ଷରେ “କ୍ରାନ୍ତି ଦିବସ’ ଭାବେ ପାଳନ କରାଯାଏ । ଇଂରେଜମାନଙ୍କ ବିରୋଧରେ ଭାରତର ଶେଷ ଲଢ଼େଇ ଥିଲା ଭାରତ ଛାଡ଼ ଆନ୍ଦୋଳନ । ଦେଶ ମାତୃକାଳକୁ ସ୍ୱାଧୀନ କରିବା ପାଇଁ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ମହାତ୍ମା ଗାନ୍ଧୀ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲେ । ସେ ଦିନ ମହାତ୍ମା ଗାନ୍ଧୀଙ୍କ “ଭାରତ ଛାଡ଼’ ଆହ୍ୱାନ ଓ “କର ବା ମର’ ମନ୍ତ୍ରରେ […]

