ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର
Samaya Live Desk Picture
Published On

ମୁମ୍ବାଇ:  ଏନ୍‌ସିପି (ସପା) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି। ପାୱାରଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ପାୱାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି ଯେ, ସେ ଜ୍ୱର ଓ କାଶରେ ପୀଡିତ ଥିଲେ। ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହେଉଥିଲା। ସୋମବାର ଦିନ ବାରାମତି ତାଲୁକାର କାଠେୱାଡିରେ ଦିବଂଗତ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ତେର ଦିନିଆ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଥିଲା। ଶରଦ ପାୱାର ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ସକାଳେ ଶରଦ ପାୱାର ଅସୁସ୍ଥ ହୋଇପଡ଼ିଥିଲେ। ଏହି କାରଣରୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିଲେ ନାହିଁ। ରିପୋର୍ଟ ଅନୁସାରେ, ଶରଦ ପାୱାର ସକାଳୁ କାଶ, ଜ୍ୱର ଓ ଥଣ୍ଡାରେ ପୀଡିତ ଥିଲେ। ତେଣୁ ଡାକ୍ତରଙ୍କ ଏକ ଦଳ ସକାଳେ ବାରାମତିର ଗୋବିନ୍ଦବାଗରେ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଡାକ୍ତରମାନେ ପାୱାରଙ୍କର ନିୟମିତ ଯାଞ୍ଚ୍ କରିଥିଲେ। ଏହା ପରେ, ଡାକ୍ତରଙ୍କ ଏକ ଦଳ ଅପରାହ୍ନରେ ପୁଣି ଥରେ ତାଙ୍କୁ ପରୀକ୍ଷା କରିବାକୁ ଆସିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଶରଦ ପାୱାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Tags: