ଶିଶୁଭବନ ଛକ ବ୍ୟାରିକେଡ଼ ଭାଙ୍ଗି ଘରର ଛାତ ଉପରେ ପଡିଲା କାର

ଶିଶୁଭବନ ଛକ ବ୍ୟାରିକେଡ଼ ଭାଙ୍ଗି ଘରର ଛାତ ଉପରେ ପଡିଲା କାର

ଭୁବନେଶ୍ବର : ଶିଶୁ ଭବନ ଛକରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱର ଶିଶୁ ଭବନ ଓଭର ବ୍ରିଜ ବ୍ୟାରିକେଡ଼ ଭାଙ୍ଗି ତଳକୁ ଖସି ପଡ଼ିଲା କାର। ପ୍ରାୟ ୧୦ ଫୁଟ ତଳକୁ ଏକ କାର ଖସି ତଳେ ଥିବା କେଦାର ପଲ୍ଲୀ ବସ୍ତିର ଜଣକ ଘର ଉପରେ ପଡିଥିଲା l ଏହିଘଟଣାରେ ଘରୁ ଇଟା ପଡି ଜଣେ ମହିଳା ଆହତ ହୋଇଥିବା ଜଣା ପଡିଛି l ତେବେ ଏଥିରୁ ବର୍ତ୍ତୀ ଯାଇଛନ୍ତି କାର ଡ୍ରାଇଭର । କାର ଡ୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ ଓ ଗାଡି ଅଧିକ ବେଗରେ ଚଳାଇଥିବାରୁ ଏଭଳି ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଯୁବକ ମାନେ କହୁଛନ୍ତି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖିବା ସହିତ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର ହାଇୱା ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ

 

ସମ୍ବନ୍ଧିତ ଖବର ରାଜସ୍ବ ମନ୍ତ୍ରୀ ଅସୁସ୍ଥ ଏମ୍ସ ରେ ଭର୍ତ୍ତି

Tags: