ରୁଷ୍‌ ବିଶ୍ବବିଦ୍ୟାଳୟରେ ଛୁରାମାଡ଼, ୮ ଆହତଙ୍କ ମଧ୍ୟରେ ୪ ଭାରତୀୟ

ରୁଷ୍‌ ବିଶ୍ବବିଦ୍ୟାଳୟରେ ଛୁରାମାଡ଼, ୮ ଆହତଙ୍କ ମଧ୍ୟରେ ୪ ଭାରତୀୟ

ମସ୍କୋ:  ରୁଷ୍‌ର ବାସକୋର୍ଟୋସ୍ତାନ ଗଣରାଜ୍ୟର ଏକ ମେଡିକାଲ ବିଶ୍ବବିଦ୍ୟାଳୟରେ ଛୁରାମାଡ଼ ଘଟଣାରେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ କିଶୋର ଛୁରି ଧରି ବିଦେଶୀ ଛାତ୍ରଙ୍କ ହଷ୍ଟେଲରେ ପ୍ରବେଶ କରିଥିଲେ ଓ ସେଠାରେ ରହୁଥିବା ଛାତ୍ରଙ୍କୁ ଆକ୍ରମଣ କରିଥିଲା। ଛୁରାମାଡ଼ କରିଥିବା ନାବାଳକଙ୍କୁ ଗିରଫ କରାଯିବା ସମୟରେ ସେ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଛୁରାମାଡ଼ କରିଥିଲା। ଏପରିକି ଅଭିଯୁକ୍ତ ନିଜକୁ ମଧ୍ୟ ଆକ୍ରମଣ କରି ଆହତ କରିଥିଲା। ଛାତ୍ରମାନଙ୍କ ପରିଚୟ ଓ ଜାତୀୟତା ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଆହତ ଛାତ୍ରଙ୍କ ମଧ୍ୟରେ ଜଣେ ଭାରତୀୟ ଥିଲେ। ଛୁରାମାଡ଼ ଘଟଣାରେ ୨ ଜଣ ସାମିଲ ଥିବା ସେ କହିଛନ୍ତି। ଆକ୍ରମଣକାରୀ ୧୫ ବର୍ଷର ନାବାଳକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଆହତ ଛାତ୍ର ଓ ୨ ପୁଲିସଙ୍କୁ ଏକ କ୍ଲିନିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର ଅଜିତଙ୍କ ମୃତ୍ୟୁ ପଛରେ ବିଜେପିର ବଡ଼ ହାତ : ସଞ୍ଜୟ ରାଉତ  

Tags: