ସିମରୁ ବାହାରୁଛି ସୁନା
ନିକଟରେ ଜଣେ ବ୍ଲଗରଙ୍କର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଚୀନର ଉକ୍ତ ବ୍ଲଗର ମୋବାଇଲ ସିମ ଓ ଅନ୍ୟ ବିଦ୍ୟୁତ ପରିଚାଳିତ ଚିପରୁ ଏହି ସୁନା ସେ ବାହାର କରିଥିବାନେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଉକ୍ତ ବ୍ଲଗର ଜଣଙ୍କ ହଜାର ହଜାର ସଂଖ୍ୟାରେ ପୁରୁଣା ସିମ୍ ଓ ଇଲେକ୍ଟ୍ରୋନିକ୍ସ ଚିପ ଗୁଡିକୁ ଏକାଠି କେମିକାଲରେ ପକାଇଥିଲେ । ଏହି କେମିକାଲରେ ଉକ୍ତ ଚିପକୁ ପ୍ରୋସେସ କରାଯାଇ ସୁନା ବାହାର କରାଯାଇଥିଲା । ପ୍ରଥମେ ଏହି ପ୍ରକ୍ରିୟାରେ ପୁରୁଣା ସିମକୁ ବହୁତ ଶକ୍ତ କେମିକାଲରେ ପକାଯାଇଥିଲା । ଏହାପରେ ଇଲେକ୍ଟ୍ରୋଲାଇଟିକ ପ୍ରୋସେସ ସହାୟତାରେ ଏଥିରୁ ସୁନା ବାହାର କରାଯାଇଥିଲା, ଯାହାର ପୁରା ଭିଡିଓ ବ୍ଲଗର ଜଣଙ୍କ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ କରିଛନ୍ତି । ପ୍ରତି ସିମରୁ ସେ ପାଖାପାଖି ୨୦ ମିଲିଗ୍ରାମ ସୁନା ବାହାର କରିଥିବା ନେଇ ଦାବି କରିଛନ୍ତି । ତେବେ ଏକ୍ସପର୍ଟଙ୍କ ମତରେ ପ୍ରତି ସିମ କାର୍ଡରେ ୦.୪୭ ମିଲିଗ୍ରାମର ସୁନା ରହିଥାଏ । ତେବେ ବ୍ଲଗର ଦାବି କରିଛନ୍ତି କି ଏହି ସିମ୍ ଗୁଡିକ ଖୁବ ସ୍ବତନ୍ତ୍ରଥିଲା ତେଣୁ ଏଥିରୁ ଅଧିକ ସୁନା ବାହାର କରାଯାଇଛି ।
Related Posts



