ଉପକାରୀ ମୂଷା

ଉପକାରୀ ମୂଷା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସ୍ଲିପ ସପିଂ

ପିଲାଦିନେ ସବୁବେଳେ ଗପ ମାଧ୍ୟମରେ ଛୋଟ ପିଲାଙ୍କୁ ବିଭିନ୍ନ ନୀତିଶିକ୍ଷା ପ୍ରଦାନ କରାଯାଇଥାଏ । ଏହି ଗପ ତାଲିକାରେ ଅନେକ ଗଳ୍ପ ସାମିଲ ଥାଏ । ସେହିଭଳି ଏକ ଗପ ହେଲା ଉପକାରୀ ମୂଷା । ଆସନ୍ତୁ ଏହାର କାହାଣୀ ସମ୍ପର୍କରେ ଜାଣିବା ।

ସମ୍ବନ୍ଧିତ ଖବର ରହିଛି ବିଭିନ୍ନ ପ୍ରକାର

ସବୁବେଳେ ଛୋଟଛୋଟ ପିଲାଙ୍କୁ ଗପ ମାଧ୍ୟମରେ ଘରେ ଥିବା ବଡମାନେ ଜୀବନର ମୁଲ୍ୟବୋଧ ଶିଖାଇ ଥାଆନ୍ତି । ଜୀବନରେ କିଭଳି ସମସ୍ତେ କେବେ ନା କେବେ ଉପକାରରେ ଆସିଥାଆନ୍ତି, ତେଣୁ କାହାକୁ ଛୋଟ ବୋଲି ଭାବିବା ଭୁଲ । ସେହିଭଳି ଜୀବନରେ କ୍ଷମା ଭାବ ରଖିବା ସବୁଠାରୁ ଜରୁରୀ ହୋଇଥାଏ ବୋଲି ଏହି ଗଳ୍ପ ମାଧ୍ୟମରେ ଶିକ୍ଷା ଦିଆଯାଇଥାଏ । ଆସନ୍ତୁ ସେହିଭଳି ଏକ କାହାଣୀ ଉପକାରୀ ମୂଷା ବିଷୟରେ ଜାଣିବା । ଏକଦା ଗୋଟିଏ ଜଙ୍ଗଲରେ ସିଂହଟିଏ ରହୁଥିଲା । ସିଏ ଗୋଟିଏ ଗଛମୂଳେ ନିଦରେ ଶୋଇ ପଡିଥିଲା । ଏହି ସମୟରେ ଏକ ମୂଷା ସେଠି ପାଖରେ ଖେଳିବାକୁ ଲାଗିଲା । ଖେଳିବା ସମୟରେ ମୂଷାଟି ଧୀରେଧୀରେ ସିଂହ ଉପରକୁ ଉଠିଗଲା । ମୂଷା ସିଂହ ଉପରେ ଡିଆଁଡେଇଁ କରିବା ଭିତରେ ସିଂହର ନିଦ ଭାଙ୍ଗିଗଲା । ସେ ମୂଷାକୁ ଧରି ପକାଇଲା । ଏହି ସମୟରେ ମୂଷାଟି ସିଂହକୁ ନେହୁରା ହେଲା ତାକୁ କ୍ଷମା କରିଦେବାକୁ । ସିଂହ ମୂଷାକୁ କ୍ଷମି କରିଦେଲା, ମୂଷା କଥାଦେଲା ଯେମିତି ହେଲେ ସିଂହକୁ ସାହାଯ୍ୟ କରିବ । ହେଲେ ମୂଷାର କଥାକୁ ସିଂହ ହସରେ ଉଡାଇଦେଲା, ଏତେ ଛୋଟ ମୂଷା ଅବା ତାର କଣ କାମରେ ଆସିବ । ହେଲେ କିଛି ଦିନ ପରେ ଦୁର୍ଭାଗ୍ୟବଶତଃ ସିଂହ ଶିକାରୀ ଜାଲରେ ଛନ୍ଦି ହୋଇଗଲା । ଏତିକିବେଳେ ସେହି ପାଖରେ ମୂଷାଟି ରହୁଥିଲା ସିଂହର ଗର୍ଜନ ଶୁଣି ସେ ବାହାରକୁ ଆସିଲା । ଆସି ଦେଖେ ତ ସିଂହ ବିପଦରେ ପଡିଛି । ସେ ଆଉ ଡେରି ନକରି ସିଂହକୁ ରକ୍ଷା କରିବାକୁ ଆଗେଇ ଆସିଲା । ତାର ମୁନିଆ ଦାନ୍ତରେ ଜାଲକୁ ଟିକିଟିକି କରି କାଟି ପକାଇଲା । ଏହାପରେ ସିଂହଟି ଜାଲରୁ ମୁକ୍ତି ପାଇଲା । ମୁକ୍ତି ପାଇବାପରେ ସେ ମୂଷାକୁ ଖୁବ ପ୍ରଶଂସା କରିଥିଲା । ମୂଷା ଛୋଟ ହେଲେ ମଧ୍ୟ ତାକୁ ବିପଦରୁ ବଞ୍ଚାଇ ଦେଇଥିଲା ।

ସମ୍ବନ୍ଧିତ ଖବର ଫେରୁଛନ୍ତି କଙ୍କଡା

Tags: