ବାୟୋମେଟ୍ରିକ ରୋବଟ
ରୋବୋଟିକ କ୍ଷେତ୍ରରେ ଚୀନର ସଫଳତା ଖୁବ ଅଧିକ । ପ୍ରତିଦିନ ଏଠାରେ ଏଭଳି କିଛି ଉଦ୍ଭାବନ ସାମନାକୁ ଆସିଥାଏ ଯାହା ସାରା ବିଶ୍ବକୁ ଚକିତ କରିଥାଏ । ନିକଟରେ ଚୀନ ତାର ଏକ ହ୍ୟୁମାନଏଡ ରୋବଟକୁ ଲୋକଙ୍କ ସାମନାକୁ ଆସିଛି ଯାହା ହେଉଛି ବାୟୋମେଟ୍ରିକ ରୋବଟ । ଏହାର ନାଁ ମୋୟା ରଖାଯାଇଥିବାବେଳେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଏଆଇ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି, ଯାହା ବାସ୍ତବ ଦୁନିଆରେ ଖୁବ ଭଲ କାମ କରିବ । ଏହାର ବ୍ୟବହାର ଅବିକଳ ମଣିଷଭଳି ରହିଛି । ରୋବଟଟି ଖୁବ ସହଜରେ ହସୁଛି, ମୁଣ୍ଡ ହଲାଉଛି, ଅନ୍ୟଲୋକଙ୍କ ସହିତ ଆଖି ମିଳାଉଛି ଏବଂ ଠିକ ଏକ ମଣିଷଭଳି ଚାଲୁଛି । ପ୍ରସ୍ତୁତକାରୀ କମ୍ପାନୀର ମତ ଅନୁସାରେ ଏହା ଅବିକଳ ମଣିଷଭଳି କାର୍ଯ୍ୟ କରିବ, ଯାହା ସମସ୍ତଙ୍କୁ ଖୁବ ସହାୟକ ହେବ । ଏହି ରୋବଟର ୧.୬୫ ମିଟର ଉଚ୍ଚତା ଏବଂ ଓଜନ ପ୍ରାୟ ୩୨ କିଲୋଗ୍ରାମ ରହିଛି । ଏହାକୁ ଜଣେ ବୟସ୍କ ମଣିଷର ଶାରୀରିକ ଅନୁପାତ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଏହି ରୋବଟ୍ ନିଜ ଶରୀରର ତାପମାତ୍ରାକୁ ୩୨ ରୁ ୩୬ ଡିଗ୍ରୀ ସେଲସିୟସ୍ ମଧ୍ୟରେ ବଜାୟ ରଖିବାରେ ସକ୍ଷମ । କମ୍ପାନୀର ରିପୋର୍ଟ ଅନୁସାରେ, ମୋୟାର ଚାଲିବା ଶୈଳୀରେ ୯୨ ପ୍ରତିଶତ ସଠିକତା ରହିଛି, ଯାହା ଏହାର ସ୍ଥିର ଏବଂ ପ୍ରାକୃତିକ ଗତିଶୀଳତା ଉପରେ ଗୁରୁତ୍ୱାରୋପ କରେ ।



