ଥଣ୍ଡା ଦୂର କରୁଛି ମାନସିକ ଅବସାଦ

ଥଣ୍ଡା ଦୂର କରୁଛି ମାନସିକ ଅବସାଦ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଫେରୁଛନ୍ତି କଙ୍କଡା

ସାଧାରଣତଃ ଥଣ୍ଡା କାଟିବାକୁ ଲୋକମାନେ ଗରମର ସାହାଯ୍ୟ ନେଇଥାଆନ୍ତି । ହେଲେ ରୁସରେ ବର୍ତ୍ତମାନ ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠାରେ ଲୋକମାନେ ଅତ୍ୟଧୀକ ଥଣ୍ଡାରେ ବି ଥଣ୍ଡା ପାଣିରେ ଭାସୁଛନ୍ତି । ଏହି ଟ୍ରେଣ୍ଡର ନାଁ ରହିଛି ଆଇସ ଫ୍ଲୋଟିଂ । ଏହି ଖେଳରେ ଲୋକମାନେ ମାଇନସ ଡିଗ୍ରୀ ତାପମାତ୍ରାରେ ବି ବରଫର ପାଣିରେ ପିଠି ପଟେ ଭାସୁଥିବାର ଦେଖିବାକୁ ମିଳୁଛି । ଏପରିକି ଏହି ସମୟରେ ସେମାନଙ୍କ ଚାରିକଡରେ ବରଫର ଛୋଟଛୋଟ ଖଣ୍ଡ ଭାସୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ ଲୋକମାନେ ଏକ ଥର୍ମାଲ ସୁଟ ପିନ୍ଧୁଛନ୍ତି ଯାହା ସେମାନଙ୍କୁ ଗରମରୁ ରକ୍ଷା କରିବାରେ ସାହାଯ୍ୟ କରୁଛି । ଏହି ସୁଟ ଶରୀରକୁ ଗରମ କରିବା ସହିତ ସେମାନଙ୍କୁ ପାଣିରେ ଭାସିବାରେ ମଧ୍ୟ ସାହାଯ୍ୟ କରୁଛି । ଏହି ଆକ୍ଟିଭିଟି ସାହାଯ୍ୟରେ ସେମାନେ ମାନସିକ ଚିନ୍ତାରୁ ମୁକ୍ତି ପାଉଛନ୍ତି । ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡ ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ରୁସର ବିଭିନ୍ନ ସହରରେ ଏହା ଖେଳାଯାଉଥିବା ଦେଖିବାକ ମିଳୁଛି ।

ସମ୍ବନ୍ଧିତ ଖବର ଫ୍ରୋଜନ ମଟର

Tags:

Related Posts

ରହିଛି ମିଶ୍ରିତ ଫଳ

ରହିଛି ମିଶ୍ରିତ ଫଳ

ଫ୍ରୋଜନ ମଟର

ଫ୍ରୋଜନ ମଟର