ମହକିଲଙ୍କୁ ଗରିବ ମହିଳା କହିବାରୁ ପ୍ରଧାନ ବିଚାରପତି ଗ୍ରହଣ କଲେନି

ସେ ଗରିବ ନୁହନ୍ତି, ଜଣେ ଯୋଦ୍ଧା

ମହକିଲଙ୍କୁ ଗରିବ ମହିଳା କହିବାରୁ ପ୍ରଧାନ ବିଚାରପତି ଗ୍ରହଣ କଲେନି
Samaya Live Desk Picture
Published On

ନୂଆଦିଲ୍ଲୀ  :   ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଶୁକ୍ରବାର ଜଣେ ମହିଳାଙ୍କର ଏକ ଆବେଦନ ଉପରେ ଶୁଣାଣି କରିଥିଲେ ଯାହାଙ୍କର ଏକ ଆବେଦନ ହିମାଚଳ ହାଇକୋର୍ଟରେ ଦୀର୍ଘବର୍ଷ ଧରି ପଡ଼ି ରହିଛି।

ମହିଳାଙ୍କ ମାମଲା ଲଢ଼ୁଥିବା ଆଇନଜୀବୀ କୋର୍ଟରେ କହିଥିଲେ, ‘ମାଇଁ ଲର୍ଡ, ସେ ଜଣେ ଗରିବ ମହିଳା।’ ଏଥିରେ ତୀବ୍ର ପ୍ରତିକ୍ରିୟା ରଖି ପ୍ରଧାନ ବିଚାରପତି କହିଥିଲେ, ସେ କ’ଣ ସୁପ୍ରିମକୋର୍ଟକୁ ଆସିବା ପୂର୍ବରୁ ଗରିବ ଥିଲେ ନା’ ଏଠାକୁ ଆସିବା ପରେ ଗରିବ ହୋଇଗଲେ। ସିଜେଆଇ ପୁଣିଥରେ ଆଇନଜୀବୀଙ୍କୁ  କହିଥିଲେ ଯେ ଦୟାକରି ତାଙ୍କୁ ଗରିବ ମହିଳା କୁହନାହିଁ। ତୁ‌‌ମେ କହିବା ଉଚିତ ଯେ ସେ ଜଣେ ଯୋଦ୍ଧା ଯିଏ କି ସମ୍ପୂର୍ଣ୍ଣ ମାମଲା ନିର୍ଣ୍ଣାୟକ ସ୍ଥିତିରେ ନପହଞ୍ଚିବା ପର୍ଯ୍ୟନ୍ତ ଘ‌ରେ ବସିନାହାନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ମହିଳା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେ‌ଳେ ଆପଣ ତାଙ୍କୁ ଗରିବ କାହିଁକି କହୁଛନ୍ତି। ଉଲ୍ଲେଖଯୋଗ୍ୟ, ଯେ ହିମାଚଳପ୍ରଦେଶ ହାଇକୋର୍ଟର ଏକ ମାମଲା ସହ ଏହା ଜଡ଼ିତ ଯେଉଁଠାରେ ମହିଳାଙ୍କ ଆବେଦନ ୧୧ ବର୍ଷ ଧରି ପଡ଼ି ରହିଛି ଏବଂ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାପାଇଁ ନିର୍ଦ୍ଦେଶ ଦେବାକୁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

Tags: