ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା

ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା

ରାଉରକେଲା: ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା । ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ରାଉରକେଲାର ଜଣେ CRPF ଯବାନ । ଗୁରୁତର ଅବସ୍ଥାରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ସିଆରପିଏଫ୍ ଯବାନ ହାବିଲଦାର ରାଙ୍କ ର ସୁବାସ ପ୍ରସାଦ । ତାଙ୍କ ଘର ଉତ୍ତରପ୍ରଦେଶରେ ବୋଲି ସୂଚନା ମିଳିଛି । ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର ଗଞ୍ଜେଇ ତେଲ ଜବତ ଘଟଣାରେ ୬ ଗିରଫ

ସୂଚନାନୁସାରେ,ମାଓବାଦୀ ଦମନ ଲାଗି ମାତକମଝରଣରେ ସିଆରପିଏଫ୍ କ୍ୟାମ୍ପ ରହିଛି। ଆଜି ସକାଳେ ସିଆରପିଏଫ୍ ହାବିଲଦାର ସୁବାସ ପ୍ରସାଦ ନିଜ ସର୍ଭିସ୍ ବନ୍ଧୁକରୁ ନିଜ ଉପରକୁ ଗୁଳି ଚଳାଇଥିଲେ। କ୍ୟାମ୍ପରେ ଗୁଳି ଫୁଟିବା ଶବ୍ଦ ଶୁଣି ସାଥୀ ଯବାନମାନେ ଘଟଣା ସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆଣି ଆରଜିଏଚ କୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କୁ ଯୋଗଯୋଗ କରିଥିବା ସୂଚନା ମିଳିଛି । 

ସମ୍ବନ୍ଧିତ ଖବର ବଦଳିବ ଇଂରାଜୀ ନାଁ

Tags: