ଶିଶୁ ଭବନ ଓଭର ବ୍ରିଜ କାର ଦୁର୍ଘଟଣାରେ ନୀଳାଦ୍ରି ବିହାର ମର୍ଡର ଲିଙ୍କ !

ଶିଶୁ ଭବନ ଓଭର ବ୍ରିଜ କାର ଦୁର୍ଘଟଣାରେ ନୀଳାଦ୍ରି ବିହାର ମର୍ଡର ଲିଙ୍କ !

ଭୁବନେଶ୍ୱର : ରାଜଧାନୀ ଶିଶୁଭବନ ଓଭର ବ୍ରିଜ କାର ଦୁର୍ଘଟଣା ସହ ମର୍ଡର ଲିଙ୍କ । ଭୁବନେଶ୍ବର ଶିଶୁ ଭବନରେ ଦୁର୍ଘଟଣାଗ୍ରସ୍ତ କାର ସହ ନୀଳାଦ୍ରି ବିହାର ମର୍ଡର କନେକ୍ସନ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରି ଖସି ପଳାଉଥିବା ବେଳେ କାରଟି ଓଭର ବ୍ରିଜ ତଳକୁ ଖସିପଡ଼ିଥିଲା । ନିଳାଦ୍ରୀ ବିହାରରେ ସତ୍ୟପ୍ରକାଶ  ପ୍ରଧାନଙ୍କୁ ହତ୍ୟା କରି ଫେରାର ହେଉଥିଲା ହତ୍ୟାକାରୀ ଦିନେଶ । ସମ୍ପୃକ୍ତ ଯୁବତୀଙ୍କର ପୂର୍ବତନ ପ୍ରେମିକ ଥିଲେ ଦୀନେଶ । ତେବେ ଦୀନେଶ ଏବଂ ଉକ୍ତ ଯୁବତୀ ମିଶି ସତ୍ୟପ୍ରକାଶକୁ ଗତକାଲି ରାତିରେ ହତ୍ୟାକରିଥିବା କୁହାଯାଉଛି। ନୀଳାଦ୍ରୀ ବିହାର ମଙ୍ଗଳା ମନ୍ଦିର କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସତ୍ୟପ୍ରକାଶଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରହିଛି । ଏହି ଘଟଣାରେ ସମ୍ପୃକ୍ତା ଯୁବତୀଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଅଟକ ରଖିଛି । 

ସମ୍ବନ୍ଧିତ ଖବର ନୂଆ ଏନଏସି ଏବଂ ପୌରପାଳିକା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

Tags: