କ୍ଷୀରରେ ଲଙ୍କାଗୁଣ୍ଡ ମିଶାଇ ସ୍ନାନ
By: Ipsita
ସମ୍ବନ୍ଧିତ ଖବର ବିଶ୍ୱ କର୍କଟ ଦିବସ
ଚୀନରେ ଆଜିକାଲି ଏକ ସ୍ପା ଖୁବ ଭାଇରାଲ ହେବାରେ ଲାଗିଛି । ଏହି ସ୍ବତନ୍ତ୍ର ସ୍ପାରେ ଲୋକମାନେ ପାଣି ନୁହେଁ ବରଂ କ୍ଷୀରରେ ଲଙ୍କାଗୁଣ୍ଡ ମିଶାଇ ଗାଧୋଉଛନ୍ତି । ଏହି ନିଆରା ସ୍ପା ସେଣ୍ଟର ଚୀନର ଆଇସ ସହର ହରବିନରେ ରହିଛି । ଏହି ସ୍ପା ସେଣ୍ଟରର ନାଁ ରହିଛି ହଟପଟ୍ ସ୍ପା । ଏହାକୁ ଟ୍ରାଡିସନାଲ ଚାଇନିଜ ହଟପଟରୁ ପ୍ରେରିତ ହୋଇ ନିର୍ମାଣ କରାଯାଇଛି । ସ୍ପାର ଗୋଟିଏ ପଟେ ଲାଲ ରଙ୍ଗର ପାଣି ଅର୍ଥାତ ଲଙ୍କା ଗୁଣ୍ଡ ଓ ଜଲପିନୋ ରହିଛି ଏବଂ ଅନ୍ୟପଟେ ଧଳା ରଙ୍ଗର ପାଣି ରହିଛି ଯେଉଁଥିରେ କ୍ଷୀର, ଖଜୁରି, ବେରୀ ଓ ବିଭିନ୍ନ ପରିବା ପଡିଛି । ଏଠିକାର ଲୋକଙ୍କର ବିଶ୍ବାସ ଏହି ଦୁଇପ୍ରକାର ପାଣିରେ ଗାଧୋଇବା ଦ୍ବାରା ଶରୀର ରିଲାକ୍ସ ହୋଇଥାଏ । ମସଲା ପାଣି ଶରୀରକୁ ରିଲାକ୍ସ କରୁଥିବାବେଳେ କ୍ଷୀର ତ୍ବଚାକୁ ନରମ କରିଥାଏ । ହେଲେ ଏକ୍ସପର୍ଟଙ୍କ ମତରେ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ କାରଣ ଲଙ୍କା ଆମ ଶରୀର ପାଇଁ ଭଲ ନୁହେଁ ।
ସମ୍ବନ୍ଧିତ ଖବର ଅଷ୍ଟ୍ରେଲିଆ ପହଞ୍ଚିଲା କୁକୁର
Tags:



