ଜିନ୍ସ ପିନ୍ଧୁଥିଲେ ସାବଧାନ

ଜିନ୍ସ ପିନ୍ଧୁଥିଲେ ସାବଧାନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଫଳରେ ଅପମିଶ୍ରଣ ଓ ସ୍ୱାସ୍ଥ୍ୟ ପ୍ରତି ବିପଦ

ଆଜିକାଲି ଫ୍ୟାଶନ ଦୁନିଆରେ ଅତ୍ୟଧିକ ଚିପା ବା ଟାଇଟ୍ ଜିନ୍ସ ପିନ୍ଧିବା ଏକ ଟ୍ରେଣ୍ଡ ପାଲଟିଛି। କିନ୍ତୁ ଏହି ଫ୍ୟାଶନ ଅନେକ ସମୟରେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ, ଯାହାକୁ ଡାକ୍ତରୀ ଭାଷାରେ 'ସ୍କିନି ଜିନ୍ସ ସିଣ୍ଡ୍ରୋମ' ବୋଲି କୁହାଯାଏ । ତେଣୁ ଯଦି ଟାଇଟ ଜିନ୍ସ ପିନ୍ଧୁଛନ୍ତି ତେବେ ସତର୍କ ହେବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ଏହା ସମ୍ପର୍କରେ । ଯେତେବେଳେ ଜଣେ ବ୍ୟକ୍ତି ବହୁତ ଟାଇଟ୍ ବା ଚିପା ଜିନ୍ସ ପିନ୍ଧନ୍ତି, ସେତେବେଳେ ଜଙ୍ଘର ସ୍ନାୟୁ ଉପରେ ଅତ୍ୟଧିକ ଚାପ ପଡ଼େ। ଏହା ଫଳରେ ଗୋଡ଼ରେ କାଲୁଆ ଲାଗିବା, କଷ୍ଟ ହେବା ଏବଂ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେବାକୁ 'ସ୍କିନି ଜିନ୍ସ ସିଣ୍ଡ୍ରୋମ' କୁହାଯାଏ।

ସମ୍ବନ୍ଧିତ ଖବର ଆଜିଠାରୁ କ୍ୟାନସର ଟୀକା

 କାରଣ

ସମ୍ବନ୍ଧିତ ଖବର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ

ଏହାର ମୁଖ୍ୟ କାରଣ ଅତ୍ୟଧିକ ଚିପା ପୋଷାକ। ଅଣ୍ଟା ଏବଂ ଜଙ୍ଘ ପାଖରେ ଜିନ୍ସ ବହୁତ ଟାଇଟ୍ ହେବା। ଏହାସହିତ ସ୍ନାୟୁ ଉପରେ ମଧ୍ୟ ଚାପ ପଡିଥାଏ । ଜଙ୍ଘର ବାହାର ପଟେ ଥିବା ସ୍ନାୟୁ ଚାପି ହୋଇଯିବା କାରଣରୁ ଏହି ସମସ୍ୟା ହୋଇଥାଏ । ସେହିଭଳି ଅଧିକ ସମୟ ଠିଆ ହେବା କିମ୍ବା ଚାଲିବା ଦ୍ବାରା ମଧ୍ୟ ଏହା ହୋଇଥାଏ । ଟାଇଟ୍ ଜିନ୍ସ ପିନ୍ଧି ଅଧିକ ପରିଶ୍ରମ କଲେ ସ୍ନାୟୁ ଜନିତ ସମସ୍ୟା ବଢ଼ିଥାଏ ।

 ପ୍ରଭାବ

ଏହି ରୋଗ କାରଣରୁ ସ୍ନାୟୁ ସମସ୍ୟା, ଜଙ୍ଘରେ ଝିମ୍ଝିମ୍ ହେବା, ପୋଡ଼ିବା ଏବଂ କାଲୁଆ ଲାଗିଥାଏ । ହଜମ ପ୍ରକ୍ରିୟାରେ ବାଧା ଉପୁଜିଥାଏ । ଅଣ୍ଟା ପାଖରେ ଜିନ୍ସ ଟାଇଟ୍ ହେଲେ ପେଟ ଉପରେ ଚାପ ପଡ଼େ, ଯାହା ଫଳରେ ଏସିଡିଟି ଏବଂ ବଦହଜମି ହୋଇପାରେ। ଏହା ରକ୍ତ ସଞ୍ଚାଳନରେ ମଧ୍ୟ ପ୍ରଭାବ ପକାଇଥାଏ । ଗୋଡ଼ରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇନଥାଏ, ଯାହା ଦ୍ୱାରା ମାଂସପେଶୀ ଦୁର୍ବଳ ହୋଇଯାଏ । ଏହାସହ ଚର୍ମ ରୋଗ ମଧ୍ୟ ହେବାର ଆଶଙ୍କା ରହିଛି । ଚିପା ପୋଷାକ ଯୋଗୁଁ ଝାଳ ବାହାରି ପାରେ ନାହିଁ, ଫଳରେ ସଂକ୍ରମଣ ହେବାର ଭୟ ଥାଏ।

ସାବଧାନତା

ଢିଲା ପୋଷାକ ପିନ୍ଧନ୍ତୁ । ସବୁବେଳେ ସ୍କିନି ଜିନ୍ସ ପରିବର୍ତ୍ତେ ଆରାମଦାୟକ କିମ୍ବା ଷ୍ଟ୍ରେଚେବୁଲ୍ ପୋଷାକ ପସନ୍ଦ କରନ୍ତୁ। ଯଦି ଷ୍ଟାଇଲ୍ ପାଇଁ ସ୍କିନି ଜିନ୍ସ ପିନ୍ଧୁଛନ୍ତି, ତେବେ ଏହାକୁ ବହୁତ ସମୟ ଧରି ପିନ୍ଧି ରଖନ୍ତୁ ନାହିଁ। ଶରୀରର ଓଜନ ସନ୍ତୁଳିତ ରଖନ୍ତୁ ଯେପରି ପୋଷାକ ଅଧିକ ଚିପା ନଲାଗେ। ଲକ୍ଷଣ ଦେଖିଲେ ସତର୍କ ହୁଅନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ଗୋଡ଼ କାଲୁଆ ଲାଗୁଛି, ତେବେ ତୁରନ୍ତ ସେହି ପୋଷାକ ବଦଳାଇ ଦିଅନ୍ତୁ ଏବଂ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: