ନାରୀଙ୍କ ସମ୍ମାନ ସବୁଠାରୁ ଆଗରେ

ନାରୀଙ୍କ ସମ୍ମାନ ସବୁଠାରୁ ଆଗରେ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବି ଟାଉନରୁ ଜେଲ

ରାଣୀ ମୁଖାର୍ଜୀ ହିନ୍ଦୀ ସିନେମାର ସେହି ଅଳ୍ପ କିଛି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ, ଯିଏ ନିଜର ତିନି ଦଶନ୍ଧି ଲମ୍ବା କ୍ୟାରିୟରରେ ଅଭିନୟକୁ କେବଳ ଏକ କଳା ନୁହେଁ, ବରଂ ଏକ ଦାୟିତ୍ୱ ଭାବେ ଗ୍ରହଣ କରିଛନ୍ତି। 'ମର୍ଦାନୀ ୩' ତାଙ୍କର ଏହି ଯାତ୍ରାର ସବୁଠାରୁ ଶକ୍ତିଶାଳୀ ଦିଗ ଭାବରେ ସାମ୍ନାକୁ ଆସିଛି। ରାଣୀ ବିଶ୍ୱାସ କରନ୍ତି ଯେ ଏହି ଚଳଚ୍ଚିତ୍ରଟି କେବଳ ଏକ କାହାଣୀ ନୁହେଁ, ବରଂ ମହିଳା, ଯୁବତୀ ଏବଂ ଶିଶୁକନ୍ୟାମାନଙ୍କ ସୁରକ୍ଷା ଓ ସମ୍ମାନର ଏକ ବାର୍ତ୍ତା।ରାଣୀଙ୍କ ପାଇଁ ସିନେମା ହେଉଛି ପରିବର୍ତ୍ତନର ସ୍ୱର, ଯେଉଁଠାରେ ନାରୀର ମର୍ଯ୍ୟାଦା ସବୁବେଳେ ଜଣେ ମହାରାଣୀଙ୍କ ଭଳି ହେବା ଉଚିତ। ନିକଟରେ ଏକ ସାକ୍ଷାତକାରରେ ଏନେଇ ମନଖୋଲି କଥା ହୋଇଛନ୍ତି ରାଣୀ ମୁଖାର୍ଜୀ । ରାଣୀଙ୍କ ମତରେ, ଜଣେ କଳାକାର ପାଇଁ ଅଭିନୟ କେବଳ କଳା ନୁହେଁ, ବରଂ ଏକ ସାମାଜିକ ଦାୟିତ୍ୱ। ସେ କହିଛନ୍ତି, "ମୋର ୩୦ ବର୍ଷର କ୍ୟାରିୟରରେ ଏହି ଚଳଚ୍ଚିତ୍ରଟି ଦେବୀ ମା'ଙ୍କ ଆଶୀର୍ବାଦ ସଦୃଶ। ଏଥିପାଇଁ ମୁଁ କୌଣସି ଯୋଜନା କରିନଥିଲି, କିନ୍ତୁ ଏହା ସଠିକ୍ ସମୟରେ ମୋ ପାଖକୁ ଆସିଛି।" ଚଳଚ୍ଚିତ୍ରରେ ସେ ଜଣେ ସାହସୀ ପୋଲିସ ଅଧିକାରୀ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଚରିତ୍ର ମାଧ୍ୟମରେ ସେ ଦେଶର ସମସ୍ତ ମହିଳା ପୋଲିସ ଅଧିକାରୀଙ୍କ ସଂଘର୍ଷ ଓ ସାହସକୁ ସଲାମ କରିଛନ୍ତି। ବର୍ଦ୍ଦି ପିନ୍ଧି ଜଣେ ମହିଳା କିଭଳି ନିଜ ଜୀବନକୁ ବାଜି ଲଗାଇ ସମାଜକୁ ଅପରାଧମୁକ୍ତ କରିବାକୁ ଚେଷ୍ଟା କରନ୍ତି, ତାହା ଏହି ଫିଲ୍ମର ମୁଖ୍ୟ ଆଧାର। ରାଣୀ ମୁଖାର୍ଜୀ ନାରୀ ଶକ୍ତି ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ପ୍ରତ୍ୟେକ ଘରେ ମହିଳାଙ୍କ ସମ୍ମାନ ଜଣେ ରାଣୀଙ୍କ ଭଳି ହେବା ଉଚିତ। ସେ ମାଆ, ପତ୍ନୀ, ଭଉଣୀ କିମ୍ବା ଝିଅ ଯିଏ ବି ହୁଅନ୍ତୁ, ସମାଜରେ ତାଙ୍କର ସ୍ଥାନ ସର୍ବଦା ଉଚ୍ଚରେ ରହିବା ଆବଶ୍ୟକ।  ରାଣୀ ମୁଖାର୍ଜୀଙ୍କ ଅଭିନୀତ ଚଳଚ୍ଚିତ୍ର ମର୍ଦାନୀ ୩ଏବେ ପ୍ରେକ୍ଷାଳୟରେ ଧମାଲ କରୁଛି। ତେବେ ଏହି ଚଳଚ୍ଚିତ୍ରକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ସକାରାତ୍ମକ ଦିଗଟି ହେଉଛି ପୁଅମାନଙ୍କ ପ୍ରତିକ୍ରିୟା। ସାଧାରଣତଃ ଏଭଳି ମହିଳା-କୈନ୍ଦ୍ରିକ ଚଳଚ୍ଚିତ୍ରକୁ ନେଇ ପୁରୁଷ ଦର୍ଶକଙ୍କ ମଧ୍ୟରେ ଯେତିକି ଆଗ୍ରହ ଥାଏ, ‘ମର୍ଦାନୀ ୩କ୍ଷେତ୍ରରେ ତାହା ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର ଭାରତକୁ କରିଛନ୍ତି ଗର୍ବିତ

Tags: