୪ ବର୍ଷରେ କୋଟିପତି
By: Ipsita
ସମ୍ବନ୍ଧିତ ଖବର ମନର ନିଅନ୍ତୁ ଯତ୍ନ
ଇଂଲଣ୍ଡରେ ୪ ବର୍ଷର ଏକ ଶିଶୁ କୋଟିପତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଜଣେ ଶିଶୁକୁ ଖେଳୁଥିବା ସମୟରେ ମାଟିତଳୁ ଏକ ସୁନା ଖଣ୍ଡ ମିଳିଥିଲା । ତେବେ ଏହି ଖଣ୍ଡର ଦାମ ୩୬ କୋଟି ବୋଲି ଜଣା ପଡିଛି । ଶିଶୁଟି ମେଟାଲ ଡିଟେକ୍ଟର ସହାୟତାରେ ଖେଳୁଥିବା ସମୟରେ ମାଟିତଳୁ କିଛି ଧାତୁ ମିଳିଥିଲା । ଏହି ଧାତୁ ଭିତରେ ଗୋଟିଏ ସୁନାର ଲକେଟ ରହିଥିଲା ଯାହା ୫୦୦ ବର୍ଷ ପୁରୁଣା । ଯାଞ୍ଚ ପରେ ଏହା ଶୁଦ୍ଧ ସୁନାରୁ ନିର୍ମାଣ ହୋଇଥିବା ଜଣା ପଡିଥିଲା । ତେବେ ସେଠିକାର ନିୟମ ଅନୁସାରେ ଏହି ଲକେଟଟିକୁ ପରିବାର ପ୍ରଶାସନ ପାଖରେ ଯମା କରିଥିଲା, ଯାହା ବ୍ରିଟିଶ ମ୍ୟୁଜିୟମରେ ରଖା ଯାଇଥିଲା । ହେଲେ ପରିବାରକୁ ଏହାକୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ୩୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଯାହା ଏହି ଶିଶୁକୁ ପ୍ରଦାନ କରାଯାଇଥିବା ଜଣା ପଡିଛି । ତେବେ ସୋସିଆଲ ମିଡିଆରେ ଘଟଣାଟି ଖୁବ ଭାଇରାଲ ହେବାରେ ଲାଗିଛି ।
ସମ୍ବନ୍ଧିତ ଖବର ଫ୍ରୋଜନ ମଟର
Tags:



