ନକ୍ସଲ ମୁକ୍ତ ହେଉଛି ଓଡିଶା - ମୁଖ୍ୟମନ୍ତ୍ରୀ

ନକ୍ସଲ ମୁକ୍ତ ହେଉଛି ଓଡିଶା - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଢ ନେତୃତ୍ୱରେ ‘ନକ୍ସଲ ମୁକ୍ତ ଓଡ଼ିଶା’ ଗଠନ କ୍ଷେତ୍ରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ସୁରକ୍ଷା ବାହିନୀଙ୍କ ଅଦମ୍ୟ ସାହସିକତା ଏବଂ ମାଓ ନିପାତ ଅଭିଯାନରେ କନ୍ଧମାଳର ଶୀର୍ଷ ମାଓ ନେତାମାନେ ନିହତ ହେଉଥିବା ବେଳେ ସରକାରଙ୍କ ମାନବୀୟ ‘ପୁନର୍ବାସ ଯୋଜନା’ ଅନେକଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛି । ଯବାନଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଓ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ବାହିନୀକୁ ଶକ୍ତିଶାଳୀ କରିବା ଭଳି ସରକାରଙ୍କ ପଦକ୍ଷେପ ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ମାଓ ମୁକ୍ତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଲୋକଙ୍କ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୬ ମୃତ ୩ ଆହତ

 

ସମ୍ବନ୍ଧିତ ଖବର ବ୍ଲେଡ ଆକ୍ରମଣରେ କଲେଜ ଛାତ୍ରୀ ଗୁରୁତର

ସମ୍ବନ୍ଧିତ ଖବର ଅପହରଣ ପରେ ୫ ବର୍ଷର ଶିଶୁକୁ ଗଳାକାଟି ହତ୍ୟା

 

Tags: