ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

କଟକ : ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ  ଅମୀୟ ସିଂ ଙ୍କର ମୃତ୍ୟୁ ଘଟିଛି । ଚାକିରି ନମିଳିବାରୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅମୀୟ । ବାପାଙ୍କ ମୃତ୍ୟୁ ପରେ ପରିବାରକୁ ଚାକିରି ଦେବା ପାଇଁ ୬ ବର୍ଷ ହେଲା ଜିଲ୍ଲାପାଳଙ୍କ ଅଫିସ ଦୌଡ଼ି ଦୌଡ଼ି ଶେଷରେ ନିରାଶ ହୋଇଥିଲେ ଅମୀୟ । ଶେଷରେ ମାନସିକ ଭାରସାମ୍ୟ ହରାଇ ସେ ନିଜେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଲେ । ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ପରିବାର I

ସମ୍ବନ୍ଧିତ ଖବର ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’: ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

ସୂଚନାନୁସାରେ,କଟକ ବାଙ୍କୀ ବିଷ୍ଣୁପୁର ଗାଁର ଅମୀୟ ସିଂଙ୍କ ବାପା ଭୂତଳ ଜଳ ବିଭାଗରେ ବରିଷ୍ଠ କିରାଣୀ ଭାବରେ ଚାକିରୀ କରିଥିଲେ । ତେବେ ଚାକିରୀରେ ଥାଇ ଅମୀୟ ବାପାଙ୍କର ମୃତ୍ୟୁ ପରେ ପରିବାରର ଜଣକୁ ସେହି ଚାକିରୀ ମିଳିବା କଥା । +୩ ପାସ ପରେ ଅମୀୟ ଚାକିରୀ ପାଇଁ ଶତ ଚେଷ୍ଟା ସତ୍ତ୍ୱେ କଟକ ଜିଲ୍ଲାପାଳଙ୍କ ଅଫିସରେ ଫାଇଲ ପଡି ରହିଥିଲା । ଦୀର୍ଘ ୬ ବର୍ଷ କାଳ ଦୌଡ଼ି ଦୌଡ଼ି ଶେଷରେ ନିରାଶ ହୋଇ ନିଜକୁ ଜାଳି   ଦେଇଥିଲେ ଅମୀୟ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେହର ୯୦ ପ୍ରତିଶତ ଜଳି ଯାଇଥିଲା । ଏହି ଘଟଣାରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା କାହାରି ବିରୋଧରେ ଅଭିଯୋଗ କରି ନାହାନ୍ତି ପରିବାର ଲୋକେ । 

ସମ୍ବନ୍ଧିତ ଖବର ପୁଣି କମିଲା ସୁନା - ରୂପା ଦର

Tags: