ପ୍ରଥମଥର ପତାକା ଉତ୍ତୋଳନ

ପ୍ରଥମଥର ପତାକା ଉତ୍ତୋଳନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଠିକ୍‌ ହୋଇନଥିଲା ସ୍ଥାନ

ଭାରତର ଗଣତନ୍ତ୍ର ହେବା ଘୋଷଣା ଦେଶର ଶେଷ ଗଭର୍ନର ଜନରଲ୍ସି ରାଜଗୋପାଲଚାରୀ କରିଥିଲେ । ୧୯୫୦ ଜାନୁଆରୀ ୨୬ ସକାଳ ୧୦ ଟା ୧୮ ମିନିଟ୍ରେ ଦେଶ ଗଣତନ୍ତ୍ର ହୋଇଥିଲା । ଏହାର ମାତ୍ର ୬ ମିନିଟ୍ପରେ ଅର୍ଥାତ ୧୦.୨୪ରେ ଡ. ରାଜେନ୍ଦ୍ର ପ୍ରସାଦ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ପ୍ରଥମ ଗଣତନ୍ତ୍ର ଦିବସରେ ରାଜେନ୍ଦ୍ର ପ୍ରସାଦ ୨୧ ତୋପର ସଲାମୀ ସହିତ ପ୍ରଥମଥର ପାଇଁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ଏହାପରଠାରୁ ପ୍ରତିବର୍ଷ ୨୬ ଜାନୁଆରୀକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି । ଦେଶ ସ୍ୱାଧୀନ ହେବା ପୂର୍ବରୁ ୯ ଡିସେମ୍ବର ୧୯୪୬ରେ ଏହା ନିର୍ଣ୍ଣୟ ହୋଇଥିଲା କି ଭାରତର ସମ୍ବିଧାନ ରହିବ । ଏଥିପାଇଁ ସମ୍ବିଧାନ ସଭାର ମଧ୍ୟ ଆୟୋଜନ କରାଯିବା ଆରମ୍ଭ ହୋଇଥିଲା । ପାଖାପାଖି ୨ ବର୍ଷ ୧୧ ମାସ ପର୍ଯ୍ୟନ୍ତ ମାରାଥନ ସଭା ବସିବା ପରେ ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା । ଏହାପରେ ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ସଭା ଏହାକୁ ମଞ୍ଜୁରୀ ଦେଇଥିଲା ।

ସମ୍ବନ୍ଧିତ ଖବର ସନ୍ଧ୍ୟାରେ ବାହାରିଥିଲା ପ୍ରଥମ ପ୍ୟାରେଡ୍

Tags:

Related Posts

ବୋକା ସିଂହ

ବୋକା ସିଂହ

ଭାରତୀୟ ସେନା ଦିବସ

ଭାରତୀୟ ସେନା ଦିବସ