ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା
By: Samaya Live News
ପଞ୍ଜାବ : କଲେଜ କ୍ୟାମ୍ପସରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସହପାଠୀ । ସୋମବାର ପଞ୍ଜାବର ତରନ ତାରନ ଜିଲ୍ଲାର ଏକ ଆଇନ କଲେଜରେ ଘଟିଛି ଏହି ଅଭାବନୀୟ ଘଟଣା । ସର୍ବ ସମ୍ମୁଖରେ ଛତ୍ରିଙ୍କୁ ହତ୍ୟା କରିଛନ୍ତି ସହପାଠୀ । ଏହାପରେ ନିଜକୁ ମଧ୍ୟ ଗୁକରିଥିଲେଇ ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଗୁଳିକାଣ୍ଡର ଦୃଶ୍ୟ କଲେଜରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
ଉସମାର ମାଇ ଭାଗୋ ଆଇନ କଲେଜରେ ଏହି ଘଟଣା ଘଟିଛି। ଆକ୍ରମଣକାରୀ ହେଉଛି ମାଲିଆନ୍ ଗ୍ରାମର ବାସିନ୍ଦା ପ୍ରିନ୍ସ ରାଜ ଏବଂ ଛାତ୍ରୀ ହେଉଛନ୍ତି ନୌଶେହରା ପନ୍ନୁଆନର ସନ୍ଦୀପ କୌର । ସନ୍ଦୀପ କୌରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପ୍ରିନ୍ସ ରାଜ ହୋଇ ଚିକିତ୍ସାଧୀନ ଅଛନ୍ତି ।
ସମ୍ବନ୍ଧିତ ଖବର କତାରରେ ଆମେରିକାର ୯୦୦୦ କୋଟିର ସୁପର-ରାଡାର ଧ୍ୱଂସ
Tags:



