ଭାରତର ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନଙ୍କ ପାଇଁ ବିସିସିଆଇର ୭.୫ କୋଟି ଟଙ୍କା ପୁରସ୍କାର

ଭାରତର ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନଙ୍କ ପାଇଁ ବିସିସିଆଇର ୭.୫ କୋଟି ଟଙ୍କା ପୁରସ୍କାର
ମୁମ୍ବାଇ: ଭାରତ ତା’ର ଷଷ୍ଠ ୧୯ ବର୍ଷରୁ କମ୍‌ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା ବେଳେ ଏବେ ସମସ୍ତ ଖେଳାଳିଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ବିସିସିଆଇ ସମସ୍ତ ଚାମ୍ପିଅନଙ୍କ ପାଇଁ ୭.୫ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛି। ଶୁକ୍ରବାର ହରାରେ ସ୍ପୋର୍ଟ୍ସ କ୍ଲବରେ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତ ୧୦୦ ରନର ଦମ୍‌ଦାର ବିଜୟ ପରେ ଏହି ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଛି। ଶୁକ୍ରବାର ଦିନ ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ ଦଳ ଇଂଲଣ୍ଡ ବିପକ୍ଷରେ ବିଜୟ ପରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଦଳର ପ୍ରଭାବଶାଳୀ ଅଭିଯାନକୁ ପ୍ରଶଂସା କରିଛନ୍ତି। ଭାରତର ଟାଇଟଲ୍ ବିଜୟ ପରେ ସାଇକିଆ କହିଛନ୍ତି ଯେ ସବୁଠାରୁ ବଡ଼ ମଞ୍ଚରେ ଚାପ ଭିତରେ ବି ଯୁବ ଦଳ ଯେଉଁଭଳି ପ୍ରଦର୍ଶନ କଲା ସେଥିପାଇଁ ବୋର୍ଡ ଗର୍ବିତ। ତାଙ୍କ ମତରେ ‘୨୦୨୬ ମସିହାରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜୟ ପାଇଁ ସମଗ୍ର ଦେଶ ଏବଂ ବିସିସିଆଇ ଆମ ୧୯ ବର୍ଷରୁ କମ୍ ଦଳ ପାଇଁ ଗର୍ବିତ। ଫାଇନାଲରେ ଆମ ଦଳ ଇଂଲଣ୍ଡକୁ ଯେପରି ପରାସ୍ତ କରିଥିଲା ​​ଏବଂ ଟୁର୍ଣ୍ଣାମେଣ୍ଟରେ ସେମାନେ କିପରି ଅପରାଜିତ ରହିଥିଲେ ସେଥିପାଇଁ ଆମେ ସମସ୍ତେ ଗର୍ବିତ। ବିସିସିଆଇ ଦଳକୁ ୭.୫ କୋଟି ଟଙ୍କା ନଗଦ ପୁରସ୍କାର ଦେବ,’ ବୋଲି ସାଇକିଆ ସୋସିଆଲ୍‌ ମିଡିଆ ପୋଷ୍ଟରେ ଜଣାଇଛନ୍ତି।
Tags: