ମ୍ୟୁଜିକ ଆଇକନ କେଣ୍ଡ୍ରିକ

ମ୍ୟୁଜିକ ଆଇକନ କେଣ୍ଡ୍ରିକ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପସନ୍ଦ ଆସୁଛି ଅଭିନୟ

ସଙ୍ଗୀତ ଦୁନିଆର ସବୁଠାରୁ ସର୍ବଶ୍ରେଷ୍ଠ ସମ୍ମାନ ଗ୍ରାମୀ ପୁରସ୍କାରକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ତେବେ ଚଳିତ ଗ୍ରାମୀରେ ଚର୍ଚ୍ଚିତ ବ୍ୟକ୍ତିଭାବେ ଉଭା ହୋଇଛନ୍ତି କେଣ୍ଡ୍ରିକ ଲାମରା। କେଣ୍ଡ୍ରିକ ଏହି ପୁରସ୍କାର ପାଇଁ  ୯ଟି କାଟାଗୋରୀରେ ନୋମିନେସନ ହୋଇଥିଲେ, ଯାହା ତାଙ୍କୁ ବିଶେଷଭାବେ ଚର୍ଚ୍ଚିତ କରିଥିଲା ।

ସମ୍ବନ୍ଧିତ ଖବର ଅତ୍ୟାଧୁନିକ ଟୁରିଷ୍ଟ କାରାଭ୍ୟାନ୍ ସେବାର ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଆମେରିକୀୟ ସିଙ୍ଗର କେଣ୍ଡ୍ରିକ୍ ଲାମାର ଡକ୍ୱର୍ଥ, ଯିଏ ଆଧୁନିକ ହିପ୍-ହପ୍ ଏବଂ ସାଂସ୍କୃତିକ ଜଗତରେ ଏକ ଅନନ୍ୟ ନାମ, ତାଙ୍କର ଜୀବନ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ। ୧୭ ଜୁନ୍, ୧୯୮୭ରେ କାଲିଫର୍ଣ୍ଣିଆର କମ୍ପଟନ୍ ସହରର ଏକ ଅଭାବୀ ପରିବାରରେ ଜନ୍ମଗ୍ରହଣ କରିଥିବା କେଣ୍ଡ୍ରିକଙ୍କ ପିଲାଦିନ ଅତ୍ୟନ୍ତ ଭୟଙ୍କର ପରିବେଶ ମଧ୍ୟରେ କଟିଥିଲା। ପିଲାଦିନେ ତାଙ୍କ ସହଘଟିଥିବା ସବୁ ନକାରାତ୍ମକତାକୁ ସେ ନିଜର ଶକ୍ତିରେ ପରିଣତ କରିଥିଲେ। ସେ ସ୍କୁଲରେ ଜଣେ ଶାନ୍ତ ଏବଂ ମେଧାବୀ ଛାତ୍ର ଥିଲେ, ଯିଏ ନିଜର ଭାବନାକୁ କବିତା ମାଧ୍ୟମରେ କାଗଜରେ ଲେଖୁଥିଲେ। ପରବର୍ତ୍ତୀ ସମୟରେ ଏହି କବିତାଗୁଡ଼ିକ ରାପ୍ ସଙ୍ଗୀତର ରୂପ ନେଇଥିଲା ଏବଂ ସେ "କେ ଡଟ୍" ନାମରେ ନିଜର ପ୍ରାରମ୍ଭିକ ମିକ୍ସଟେପ୍ ଜରିଆରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ହୋଇଥିଲେ। ତାଙ୍କର ପ୍ରକୃତ ସଫଳତା ଆରମ୍ଭ ହେଲା ଯେତେବେଳେ ସେ ୨୦୧୨ରେ "ଗୁଡ କିଡ, ଏମ.ଏ . ଏ .ଡି ସିଟି " ଆଲବମ୍ ରିଲିଜ୍ କଲେ, ଯାହାକୁ ଏକ 'ସର୍ଟ ଫିଲ୍ମ' ଭାବେ ଗଣନା କରାଯାଏ । ଏହା ତାଙ୍କ କିଶୋର ଅବସ୍ଥାର ସଂଘର୍ଷକୁ ଗୋଟିଏ ପରେ ଗୋଟିଏ ଗୀତ ମାଧ୍ୟମରେ ବର୍ଣ୍ଣନା କରିଥିଲା। ଏହାପରେ ୨୦୧୫ର "ଟୁ ପିମ୍ପ ଏ ବଟରଫ୍ଲାଏ" ତାଙ୍କୁ ଜଣେ କେବଳ ରାପର୍ ନୁହେଁ ବରଂ ଜଣେ ଦାର୍ଶନିକ ଭାବେ ପ୍ରତିଷ୍ଠିତ କଲା । ଏଥିରେ ସେ ଆଫ୍ରିକୀୟ-ଆମେରିକୀୟ ସଂସ୍କୃତି, ବର୍ଣ୍ଣବୈଷମ୍ୟ ଏବଂ ଆତ୍ମ-ସମ୍ମାନ ଉପରେ ଗୁରୁତ୍ୱ ଦେଇଥିଲେ । କେଣ୍ଟ୍ରିକଙ୍କ ସଫଳତାର ଶୀର୍ଷ ସେତେବେଳେ ଦେଖିବାକୁ ମିଳିଲା ଯେତେବେଳେ ସେ ୨୦୧୭ର "ଡିଏଏମ୍ଏନ." ଆଲବମ୍ ପାଇଁ ସଙ୍ଗୀତ ଜଗତର ସର୍ବୋଚ୍ଚ ସମ୍ମାନ 'ପୁଲିଜର୍ ପୁରସ୍କାର'  ହାସଲ କଲେ ।  ଏବେ ସୁଦ୍ଧା, ତାଙ୍କ ନାମରେ ସର୍ବମୋଟ ୨୭ଟି ଗ୍ରାମୀ ପୁରସ୍କାର ରହିଛି, ଯାହା ତାଙ୍କୁ ଇତିହାସର ସବୁଠାରୁ ଅଧିକ ଗ୍ରାମୀ ବିଜେତା ରାପର୍ର ମାନ୍ୟତା ଦେଇଛି। ତାଙ୍କର  "ମିଷ୍ଟର ମୋରାଲେ ଏବଂ ବିଗ୍ ଷ୍ଟେପର୍ସ" ଏବଂ ୨୦୨୫ର ବହୁ ଚର୍ଚ୍ଚିତ ଆଲବମ୍ "ଜିଏନ୍ଏକ୍ସ" ରେ ସେ ମାନସିକ ସ୍ୱାସ୍ଥ୍ୟ, ପାରିବାରିକ ଆଘାତ ଏବଂ ଆଧ୍ୟାତ୍ମିକ ଚେତନାକୁ ନିଜ ସଙ୍ଗୀତରେ ସ୍ଥାନ ଦିଅନ୍ତି। ୨୦୨୫ରେ ସୁପର ବୋଲ୍ହାଲ୍ଫଟାଇମ୍ ଶୋ'ରେ ତାଙ୍କର ଐତିହାସିକ ପ୍ରଦର୍ଶନ ତାଙ୍କୁ ଜଣେ ବିଶ୍ବସ୍ତରୀୟ ଆଇକନ୍ ଭାବେ ସ୍ଥାପିତ କରିଛି । କେଣ୍ଡ୍ରିକଙ୍କ ଗୀତର ପ୍ରତ୍ୟେକ ଶବ୍ଦରେ ସତ୍ୟତା, ସାମାଜିକ ନ୍ୟାୟ ଏବଂ ପରିବର୍ତ୍ତନର ଆହ୍ୱାନ ଥାଏ, ଯାହା ତାଙ୍କୁ ଅନ୍ୟ ସମସ୍ତ କଳାକାରଙ୍କଠାରୁ ଅଲଗା କରିଥାଏ । ସେ କେବଳ ମନୋରଞ୍ଜନ ପାଇଁ ଗୀତ ଗାଆନ୍ତି ନାହିଁ, ବରଂ ସମାଜର ଦଳିତ ଓ ନିଷ୍ପେଷିତ ଶ୍ରେଣୀର ସ୍ୱର ସାଜି ଇତିହାସ ରଚନା କରିଚାଲିଛନ୍ତି।

ସମ୍ବନ୍ଧିତ ଖବର ରଶ୍ମିକାଙ୍କ ସ୍ପଷ୍ଟୀକରଣ

Tags:

Related Posts

ଫେରୁଛନ୍ତି ରିୟା

ଫେରୁଛନ୍ତି ରିୟା

ଅର୍ଥ ସବୁକିଛି

ଅର୍ଥ ସବୁକିଛି

ସଙ୍ଗୀତ ଜାରି ରହିବ

ସଙ୍ଗୀତ ଜାରି ରହିବ