ସଫଳତା ପଛରେ ରହିଛି ଅନେକ ସଂଘର୍ଷ

ସଫଳତା ପଛରେ ରହିଛି ଅନେକ ସଂଘର୍ଷ
Ipsita Picture
By: Ipsita
Published On

 

ବଲିଉଡର ଚମକପ୍ରଦ ଦୁନିଆ ପଛରେ ଅନେକ ସମୟରେ ସଂଘର୍ଷର ଏକ ଲମ୍ବା କାହାଣୀ ଲୁଚି ରହିଥାଏ ଏବଂ ଅଭିନେତା ଶାହିଦ କପୁରଙ୍କ ଜୀବନୀ ଏହାର ଏକ ଜ୍ୱଳନ୍ତ ଉଦାହରଣ, ଯିଏ ଅନେକ କିଛି ବାଧା ବିଘ୍ନକୁ ପଛରେ ପକାଇ ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୧୯୮୧ ମସିହା ଫେବୃଆରୀ ୨୫ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଶାହିଦଙ୍କ ପିତା ପଙ୍କଜ କପୁର ଓ ମାତା ନୀଲିମା ଅଜିମ୍ ଚଳଚ୍ଚିତ୍ର ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିଲେ ସୁଦ୍ଧା ତାଙ୍କ ପାଇଁ ବଲିଉଡର ରାସ୍ତା ଆଦୌ ସହଜ ନଥିଲା। ମାତ୍ର ତିନି ବର୍ଷ ବୟସରେ ପିତାମାତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା କାରଣରୁ ତାଙ୍କ ଶୈଶବର ସାଧାରଣ ଖୁସି ହଜିଯାଇଥିଲା। ନିଜର ସଂଘର୍ଷମୟ ଦିନଗୁଡ଼ିକରେ ସେ ଜଣେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ କାମ କରିବା ସହ ଅଡିସନ୍ ଦେବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଥିଲା । ଅନେକ ସମୟରେ ତାଙ୍କୁ ହିରୋ ମ୍ୟାଟେରିଆଲ୍ ନୁହଁନ୍ତିକହି ପ୍ରତ୍ୟାଖ୍ୟାନ କରାଯାଉଥିଲା, ଏପରିକି ସେହି ସମୟରେ ତାଙ୍କ ପାଖରେ ଭଲ ପୋଷାକ କିଣିବାକୁ ମଧ୍ୟ ଅର୍ଥ ନଥିଲା। ଏନେଇ ନିକଟରେ ଏକ ସାକ୍ଷାତକାରରେ ଶାହିଦ ମନଖୋଲି କଥା ହୋଇଛନ୍ତି । ଏହି ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ  ସେ କିଭଳି ହାର ମାନିନଥିଲେ ଏବଂ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ପ୍ରତିଭା ବଳରେ ଆଜି ସେ ଚଳଚ୍ଚିତ୍ର ଶିଳ୍ପରେ ଏଭଳି ଏକ ସ୍ଥାନ ହାସଲ କରିଛନ୍ତି ସେ ସମ୍ପର୍କରେ କଥା ହୋଇଛନ୍ତି ।

Tags: