ନିର୍ବାଚନ ଲଢ଼ିବେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

ନିର୍ବାଚନ ଲଢ଼ିବେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

ଭୁବନେଶ୍ୱର : ନିର୍ବାଚନୀ ମଇଦାନକୁ ଓହ୍ଲାଇବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ । ଏନେଇ ଆଜି ସେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ ଘୋଷଣା କରିଛନ୍ତି । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ଲଢ଼ିବି ବୋଲି ସେ କହିଛନ୍ତି । ସେ କହିଛନ୍ତି ମୁଁ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା । ଏଣିକି ଜଟଣୀରେ କଂଗ୍ରେସ ଆସିବ । ଲୋକଙ୍କ ସହ ମିଶୁଛୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛି । ଆମ ପାଖରେ ଶକ୍ତି, ସଂଗଠନ ଅଛି ଲଢ଼ିବୁ ଜିତିବୁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ପୂର୍ବରୁ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ ସୁର ରାଉତରାୟ ।

ସମ୍ବନ୍ଧିତ ଖବର ଟଙ୍କା ଅଭାବରୁ ଆସିପାରୁନାହିଁ ଦାଦନଙ୍କ ମୃତଦେହ

ସୂଚନାନୁସାରେ,୨୦୨୪ ନିର୍ବାଚନ ପୂର୍ବରୁ ସୁର ରାଉତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ ଇ ସେ କହିଥିଲେ ୮୦ ବର୍ଷ ବୟସରେ ଆଉ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ । ମୋତେ ପିସିସି ସଭାପତି ଅନୁରୋଧ କରିଥିଲେ ମାତ୍ର ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ । ମୋର ଦୁଇ ପୁଅ ଚାହିଁଲେ କଂଗ୍ରେସ ରୁ ନିର୍ବାଚନ ଲଢ଼ିବେ ।

ସମ୍ବନ୍ଧିତ ଖବର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ

Tags: