୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

କଟକ : ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା କରାଯିବ । ୮୦ଟା ସେଣ୍ଟର ଅଧିକ କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି । ମାଟ୍ରିକ୍ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଫର୍ମ ଫିଲ୍ ଅପ୍ କରିଛନ୍ତି । ଗୋଟିଏ ସିଟିଂରେ ସକାଳ ୯ ଟାରୁ ସାଢ଼େ ୧୧ଟା ଯାଏ ପରୀକ୍ଷା ଚାଲିବ । 

ସମ୍ବନ୍ଧିତ ଖବର ସୋସିଆଲ ମିଡ଼ିଆ ୟୁଜର୍ସଙ୍କୁ ଚେତାବନୀ

ଆସନ୍ତାକାଲି ଠାରୁ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ପତ୍ର ନୋଡାଲ୍ ସେଣ୍ଟରକୁ ପ୍ରଶ୍ନ ପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୫ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ପ୍ରଶ୍ନ ପତ୍ର ପଠାଯିବ । କନ୍ଧମାଳ ଏବଂ ମାଲକାନଗିରି ମାଓ ଅଧ୍ୟୁଷିତ ଜିଲ୍ଲାରେ ୧୭ଟି ଥାନାରେ ନୋଡାଲ୍ ସେଣ୍ଟର୍ କରାଯାଇଛି । ସମସ୍ତ ନୋଡାଲ ସେଣ୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ଲାଇଭ୍ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି, ଯାହାକୁ ବୋର୍ଡ କାର୍ଯ୍ୟାଳୟରୁ କଣ୍ଟ୍ରୋଲ କରାଯିବ । ୧୭ ତାରିଖ ସୁଦ୍ଧା ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ୍ ସେଣ୍ଟରରେ ପହଞ୍ଚିବ । ପରୀକ୍ଷା ଦିନ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ପଠାଯିବ । 

ସମ୍ବନ୍ଧିତ ଖବର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ସେହିପରି କପି ରୋକିବାକୁ ପ୍ରତି ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାରେ ୱାଟର୍ ମାର୍କ ଓ କ୍ୟୁଆର୍ କୋଡ୍ ରଖାଯାଇଛି । ଯଦି ଲିକ୍ ହୁଏ ତେବେ ତାହା କେଉଁ ପିଲାର ବୋଲି ଜଣାପଡ଼ିଯିବ । ଚିନ୍ତା ମୁକ୍ତ ହୋଇ ପରୀକ୍ଷା ଦେବାକୁ ଯିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି ।

ସମ୍ବନ୍ଧିତ ଖବର ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ

 

Tags: