ସଂସଦ ଭବନ ସହ ଦିଲ୍ଲୀର ୯ ଟି ସ୍କୁଲକୁ ବୋମା ଧମକ

ସଂସଦ ଭବନ ସହ ଦିଲ୍ଲୀର ୯ ଟି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ପୁଣି ଥରେ ବୋମା ଧମକ । ସଂସଦ ଭବନ ସହ ଦିଲ୍ଲୀର ୯ଟି ସ୍କୁଲକୁ ବୋମାର ଉଡାଇଦେବାକୁ ଧମକ ମିଳିଛି I ଆସନ୍ତା ୧୩ ତାରିଖ ଦିନ ରାତି ୧ଟା ୧୧ରେ ସଂସଦ ଭବନକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ ଦିଆଯାଇଛି । ସେହିପରି ଆଉ ୯ଟି ସ୍କୁଲକୁ ବି ଆସିଛି ବୋମା ଧମକ । ଖଲିସ୍ତାନ ନାଁରେ ମେଲ୍ ରେ ଆସିଛି ଧମକ । ଧମକ ପୂର୍ଣ୍ଣ ବାର୍ତ୍ତାରେ ଲେଖାଯାଇଛି,ଦିଲ୍ଲୀ ଖାଲିସ୍ଥାନ ହେବ ....ପଞ୍ଜାବ ହିଁ ଖାଲିସ୍ଥାନ ... ।  ବୋମା ଧମକ ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । ଦିଲ୍ଲୀ ପୁଲିସ, ଅଗ୍ନିଶମ ଟିମ୍, ବମ୍ ସ୍କ୍ବାଡ୍ର ତନ୍ନତନ୍ନ ଯାଞ୍ଚ କରୁଛନ୍ତି । ସୋମବାର ସକାଳ ସାଢ଼େ ୮ରୁ ପୂର୍ବାହ୍ନ ୯ଟା ମଧ୍ୟରେ ଏହି ଧମକ ପୂର୍ଣ୍ଣ ମେଲ ଆସିଛି । ଫଳରେ ସ୍କୁଲ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସଜାଗ ହୋଇଯାଇଥିଲେ। ଧମକ ପାଇବା ପରେ, ସମ୍ପୃକ୍ତ ସ୍କୁଲଗୁଡ଼ିକ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ, ଅଗ୍ନିଶମ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରରେ ପୁଙ୍ଖାନୁପୁଙ୍ଖ ତଲାସୀ ଆରମ୍ଭ କରିଥିଲେ । ଏହି ସ୍କୁଲ ଗୁଡିକ ମଧ୍ୟରେ ରହିଛି ଲୋରେଟା କନଭେନ୍ଟ ସ୍କୁଲ, କ୍ୟାମ୍ବ୍ରିଜ ସ୍କୁଲ, ଶ୍ରୀନିବାସ ପୁରୀରେ ଥିବା ଭେଙ୍କଟେଶ୍ୱର ସ୍କୁଲ,ରୋହିଣୀ ବାଲ ଭାରତୀ ସ୍କୁଲ,ନ୍ୟୁ ଫ୍ରେଣ୍ଡ କଲୋନୀରେ ଥିବା ଦି ଇଣ୍ଡିଆନ ସ୍କୁଲ ଇତ୍ୟାଦି ।

ସମ୍ବନ୍ଧିତ ଖବର ରୁଷ୍‌ ବିଶ୍ବବିଦ୍ୟାଳୟରେ ଛୁରାମାଡ଼, ୮ ଆହତଙ୍କ ମଧ୍ୟରେ ୪ ଭାରତୀୟ

ପ୍ରାଥମିକ ତଦନ୍ତରୁ ଏପର୍ଯ୍ୟନ୍ତ କୌଣସି ସ୍କୁଲ ପରିସରରେ ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ପଦାର୍ଥ ମିଳିନାହିଁ। ପୋଲିସ ତଦନ୍ତ ଜାରି ରହିଛି । ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ କଲ୍‌ର ଉତ୍ସ ଓ କଲ୍ କରିଥିବା ବ୍ୟକ୍ତିଙ୍କ ସ୍ଥାନ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ସାଇବର ୟୁନିଟ୍ ତଥା ବୈଷୟିକ ଦଳ ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର   ପିଓକେକୁ ଭାରତର ଅଂଶ କହିଲା ଆମେରିକା‌

ପୂର୍ବରୁ ମଧ୍ୟ ଦିଲ୍ଲୀ ଓ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସ୍କୁଲ ତଥା ସରକାରୀ କୋଠାକୁ ବୋମାରେ ଉଡ଼ାଇଦେବା ନେଇ ମିଥ୍ୟା ଧମକ ମିଳିଥିଲା ।

ସମ୍ବନ୍ଧିତ ଖବର ଭାରତ ଯେକୌଣସି ରାଷ୍ଟ୍ରରୁ ତୈଳ କିଣିବାକୁ ମୁକ୍ତ: ରୁଷ୍‌

Tags: