ବିପୁଳ ପରିମାଣର କଫ ସିରଫ ଜବତ,୨ ଗିରଫ

ବିପୁଳ ପରିମାଣର କଫ ସିରଫ ଜବତ,୨ ଗିରଫ

ସୋନପୁର: ସୁବର୍ଣ୍ଣପୁର ପୋଲିସକୁ ବଡ଼ ସଫଳତା । ୯ ହଜାର ବୋତଲ କଫ ସିରପ ଜବତ । ରାମପୁର ନିକଟ ସାହାଜ ବାହାଲ ଖେଳ ପଡିଆରୁ ରାମପୁର ଥାନା ପୋଲିସ ୨ଟି ଗାଡ଼ି ଜବତ କରିଥିଲା । ଆଜି ୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଫିଲ୍ମ ଷ୍ଟାଇଲରେ ପିଛା କରିଥିଲା ରାମପୁର ପୁଲିସ । ପୁଲିସର ଚଢାଉ ବେଳେ ୩ଜଣ ଫେରାର ହୋଇଥିବା ବେଳେ ୨ଟି ଗାଡି ଜବତ ହୋଇଛି । 

ସମ୍ବନ୍ଧିତ ଖବର କୂଅରୁ ୫ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣି ରାସ୍ତା ରୋକ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାହାଜବାହାଲ ଗାଁ ନିକଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋଲେରୋ ପିକଅଫ ଓ ହୋଣ୍ଡା ସିଟି କାରରୁ ୯ହଜାର ବୋତଲ କଫ ସିରଫ ଜବତ କରାଯାଇଛି । ଏହାସହିତ କଫ ସିରଫ ମାଫିଆ ବରଗଡ଼ ଜିଲ୍ଲା ସତଲମା ଗାଁର ଗୁଲସନ ସାହୁକୁ ଗିରଫ କରିଛି ପୁଲିସ । ୨ଟି ଗାଡିକୁ ମଧ୍ୟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ରାମପୁର ପୁଲିସ ।

ସମ୍ବନ୍ଧିତ ଖବର ଚୌଦ୍ୱାର ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

 

ସମ୍ବନ୍ଧିତ ଖବର ଆସନ୍ତା ୬ରୁ ଧଉଳି-କଳିଙ୍ଗ ମହୋତ୍ସବ

Tags: