ବିଦ୍ୟାର୍ଥୀମାନେ ଦେଶ ଗଠନରେ ପ୍ରମୁଖ ଭୂମିକା ନିଅନ୍ତୁ: ଡଃ ତିରୁପତି ପାଣିଗ୍ରାହୀ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ରାଜଧାନୀ ସରକାରୀ ମହାବିଦ୍ୟାଳୟର ରାଜଧାନୀ ଷ୍ଟୁଡେଣ୍ଟ ୟୁନିଟି ପକ୍ଷରୁ “ରାଜଧାନୀ ଫେଷ୍ଟ ୨୦୨୬” ଉତ୍ସବ ଆୟୋଜିତ I ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ । ବିଦ୍ୟାର୍ଥୀମାନଙ୍କୁ ଦିଗ୍ଦର୍ଶନ ଦେଇ ସେ କହିଛନ୍ତି ଦେଶକୁ ସଂସ୍କୃତି ସମ୍ପର୍ଣ୍ଣ, ଗୁଣିବାନ ଓ ବିକଶିତ କରିବା ଦିଗରେ ବିଦ୍ୟାର୍ଥୀମାନେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରନ୍ତୁ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ବିଧାୟକ ତଥା ବିଶିଷ୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରିଥିଲେ । ବିଦ୍ୟାର୍ଥୀମାନେ ଓଡିଶାର ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କ ମନ ମୋହିଥିଲେ ।

Tags:



