ପୁଣି ବୃଦ୍ଧି ହେଲା ସୁନା - ରୂପା ଦର

ପୁଣି ବୃଦ୍ଧି ହେଲା ସୁନା - ରୂପା ଦର

ଭୁବନେଶ୍ୱର : କିଛି ଦିନ ଦର ଖସିବା ପରେ ପୁଣି ହୁହୁ ହୋଇ ବଢି ଚାଲିଛି ସୁନା ଓ ରୁପା ଦର । ୨୪କ୍ୟାରେଟ ସୁନାର ଦାମ୍‌ ୧୦ ଗ୍ରାମ ପ୍ରତି ୧୩୧୦ଟଙ୍କା ବୃଦ୍ଧି ପାଇଛି । ଫଳରେ ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ୍‌ ପ୍ରତି ୧ଲକ୍ଷ ୫୮ହଜାର ୬୦ଟଙ୍କା ହୋଇଛି । ଗତକାଲି ଏହା ୧,୫୬,୭୫୦ ରହିଥିଲା । 

ସମ୍ବନ୍ଧିତ ଖବର ପୁରୀରେ ରାଷ୍ଟ୍ରପତି,ଶ୍ଵେତଗଙ୍ଗାରେ ପିତୃପୁରୁଷଙ୍କ ପିଣ୍ଡଦାନ

ସେହିପରି ଆଜି ୨୨କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ ପ୍ରତି ୧୨୦୦ ଟଙ୍କା ଦର ବୃଦ୍ଧି ପାଇ ୧ଲକ୍ଷ ୪୪ହଜାର ୯୦୦ଟଙ୍କା ହୋଇଛି । ଗତକାଲି ୨୨କ୍ୟାରେଟ ସୁନା ୧ଲକ୍ଷ ୪୩ହଜାର ୭୦୦ ଟଙ୍କା ରହିଥିଲା ।

ସମ୍ବନ୍ଧିତ ଖବର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଅନ୍ୟପଟେ ରୂପା ଦର ୧୫ହଜାର ଟଙ୍କା ବୃଦ୍ଧି ପାଇଛି । କିଲୋଗ୍ରାମ ପିଛା ରୁପା ଦର ଆଜି ୩ଲକ୍ଷରେ ପହଞ୍ଚିଛି । ଗତକାଲି ୨ଲକ୍ଷ ୮୫ହଜାର ଟଙ୍କା ରହିଥିଲା । ବଜାର ବିଶ୍ଲେଷକଙ୍କ ମତରେ ରୂପା ମୂଲ୍ୟରେ ସାମ୍ପ୍ରତିକ ବୃଦ୍ଧି ମୁଖ୍ୟତଃ ଶିଳ୍ପ ଚାହିଦା ଦ୍ୱାରା ଚାଳିତ ନୁହେଁ । ବରଂ ଏହା ମୁଖ୍ୟତଃ ଅନୁମାନିକ କ୍ରମ ଦ୍ୱାରା ଚାଳିତ, କାରଣ ନିବେଶକମାନେ ଆହୁରି ଲାଭ ହରାଇବା ଭୟରେ ଏଥିରେ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

 

Tags: