ଏଆଇ ନେଉଛି ଭଡାରେ ମଣିଷ
ସାଧାରଣତଃ ମଣିଷ ଏଆଇକୁ ଭଡାରେ ନେଉଥିବା କଥା ଦେଖିବାକୁ ମିଳିଥାଏ, ହେଲେ ଆମେରିକାରେ ଏହାର ବୀପରିତ ଦିଗ ଦେଖିବାକୁ ମିଳୁଛି । ଏଠାରେ ଏଭଳି ଏକ ଷ୍ଟାର୍ଟଅପର ଉଦ୍ଭାବନ ହୋଇଛି ଯେଉଁଥିରେ ଏଆଇ ମଣିଷଙ୍କୁ ଭଡାରେ ନେଉଛି । ସୂଚନା ଅନୁସାରେ ଏଠାରେ ଏକ ନୂଆ ଆପ ବିକଶିତ ହୋଇଛି ଯାହାର ନାଁ ହେଉଛି ରେଣ୍ଟ ଏ ହ୍ୟୁମାନ. ଏଆଇ । ଏହି ପ୍ଲାଟଫର୍ମକୁ ଜଣେ ସଫ୍ଟୱେୟାର ଇଞ୍ଜିନିୟର ବିକଶିତ କରିଛନ୍ତି । ତାଙ୍କ ମତରେ ରୋବଟ ଗୁଡିଙ୍କୁ ବର୍ତ୍ତମାନ ମଣିଷ ଶରୀରର ଆବଶ୍ୟକତା ରହିଛି । ଏହି ପ୍ଲାଟଫର୍ମ ଖୁବ ସତର୍କତାର ସହିତ କାମ କରିଥାଏ । ଏଠାରେ ପ୍ରଥମେ ମଣିଷଙ୍କୁ ନିଜର ପ୍ରୋଫାଇଲ ପ୍ରସ୍ତୁତ କରିବାକୁ ହୋଇଥାଏ । ସେମାନେ ଏଥିରେ ନିଜ କାମ ଏବଂ ଘଣ୍ଟାକୁ କେତେ ପଇସା ନେବେ ଲେଖିବାକୁ ହୋଇଥାଏ । ଯାହାପରେ ସେମାନଙ୍କୁ ଏଆଇ ଏଜେଣ୍ଟମାନେ କାମ ଦେବା ସହିତ କିଭଳି କାମ ହେବ ଏନେଇ ନିର୍ଦ୍ଦେଶ ଦେଇଥାଏ । ଏଥିରେ ମଣିଷଙ୍କୁ ବିଭିନ୍ନ କାମ ଯେପରି ଗୋଟିଏ ସ୍ଥାନରୁ ସାମଗ୍ରୀ ଉଠାଇବା, ସପିଂ ବ୍ୟାଗ ଉଠାଇବା, କୌଣସି ସାମଗ୍ରୀକୁ ଟେଷ୍ଟ କରିବା, ଫଟୋ ପୋଷ୍ଟ କରିବା ଭଳି କାମ ରହିଛି । ଏଠାରେ ମଣିଷମାନେ କାମ କରିବାପରେ ସଙ୍ଗେସଙ୍ଗେ ସେମାନଙ୍କୁ ନିଜର ପାରିଶ୍ରମିକ ମିଳିଯାଇଥାଏ । ବର୍ତ୍ତମାନ ସୁଦ୍ଧା ୧୩୦ରୁ ଅଧିକ ଲୋକ ଏହି ଷ୍ଟାର୍ଟଅପରେ କାମ କରୁଛନ୍ତି । ପ୍ଲାର୍ଟଫର୍ମଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି ।



