କୋଟାରେ ରେ‌ସ୍ତୋରାଁ କୋଠା ଭୁଶୁଡ଼ି ୨ ମୃତ, ଅନେକ ଫସିଛନ୍ତି

କୋଟାରେ ରେ‌ସ୍ତୋରାଁ କୋଠା ଭୁଶୁଡ଼ି ୨ ମୃତ, ଅନେକ ଫସିଛନ୍ତି
Samaya Live Desk Picture
Published On

 

ଜୟପୁର:  ରାଜସ୍ଥାନର କୋଟା‌ରେ ଜବାହର ନଗର ଅଞ୍ଚଳରେ ଏକ ରେସ୍ତୋରାଁ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଛାତ୍ରଙ୍କ ସମେତ ପ୍ରାୟ ୨୦ ଜଣ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାନୁଯାୟୀ, ରେସ୍ତୋରାଁ ଥିବା ଏହି ୩ ମହଲା କୋଠାଟି ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଅବସ୍ଥିତ। ଦୁର୍ଘଟଣା ସମୟରେ ଅନେକ ଲୋକ ରେସ୍ତୋରାଁ ମଧ୍ୟରେ ଥିବା ସନ୍ଦେହ କରାଯାଉଛି। ତେବେ କେତେଜଣ ଫସି ରହିଛନ୍ତି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର ଅପରେସନ୍‌ ତ୍ବରାନ୍ବିତ ହୋଇଛି। ଆମ୍ବୁଲାନ୍ସ, ଅଗ୍ନିନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। କେଉଁ ପରିସ୍ଥିତିରେ କୋଠାଟି ଭୁଶୁଡ଼ିଛି ତାହା ଜଣାପଡ଼ିନି। ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ତେବେ ଦୁର୍ଘଟଣା ସମୟରେ ଉଭୟ ଗ୍ରାହକ ଓ କର୍ମଚାରୀ ରେସ୍ତୋରାଁ ମଧ୍ୟରେ ଥିଲେ। ସ୍ଥାନୀୟ ବିଧାୟକ ସନ୍ଦୀପ ଶର୍ମା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

 

Tags: