ଫେରୁଛନ୍ତି ରିୟା

ଫେରୁଛନ୍ତି ରିୟା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅତ୍ୟାଧୁନିକ ଟୁରିଷ୍ଟ କାରାଭ୍ୟାନ୍ ସେବାର ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ଏକ ଲମ୍ବା ବ୍ରେକ୍ ନେଇଥିବା ରିୟା ଚକ୍ରବର୍ତ୍ତୀ ଏବେ ପୁଣିଥରେ ଚଳଚ୍ଚିତ୍ର ଏବଂ ସିରିଜ୍ ମାଧ୍ୟମରେ ପରଦାକୁ ଫେରୁଛନ୍ତି। ନିକଟରେ ଏକ ଇଭେଣ୍ଟରେ ସେ ଯୋଗ ଦେଇଥିଲେ, ଯେଉଁଠାରେ ସେ ନିଜର କମବ୍ୟାକ୍ ସିରିଜ୍ ଫ୍ୟାମିଲି ବିଜନେସ୍ର ଆଧିକାରିକ ଘୋଷଣା କରିଛନ୍ତି। ଏହି ସିରିଜ୍ରେ ରିୟାଙ୍କ ସହ ଅନିଲ କପୁର ଏବଂ ବିଜୟ ବର୍ମା ମଧ୍ୟ ନଜର ଆସିବେ। ରିୟା ନିଜ ଇନଷ୍ଟାଗ୍ରାମରେ ଏହାର ଟିଜର ସେୟାର କରି ଲେଖିଛନ୍ତି ଯେ, ଯେତେବେଳେ କ୍ଷମତା ବଡ଼ ହୋଇଯାଏ, ସେତେବେଳେ ପରିବାର ଏବଂ ବ୍ୟବସାୟ ମଧ୍ୟରେ ଥିବା ସୀମା ଲିଭିଯାଏ । ତାଙ୍କର ଏହି ପ୍ରତ୍ୟାବର୍ତ୍ତନରେ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କୁ ବହୁତ ସମର୍ଥନ ମିଳୁଛି। ସୂଚନାଯୋଗ୍ୟ ଯେ, ୨୦୨୦ରେ ସୁଶାନ୍ତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ରିୟାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ପରେ ସେ ଜାମିନ ପାଇଥିଲେ। ନିକଟରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପାଞ୍ଚ ବର୍ଷ ପରେ ସେ ନିଜର ପାସପୋର୍ଟ ମଧ୍ୟ ଫେରି ପାଇଛନ୍ତି। ଏହି ବିବାଦ କାରଣରୁ ରିୟାଙ୍କର କ୍ୟାରିୟର ଉପରେ ସିଧାସଳଖ ପ୍ରଭାବ ପଡିଥିଲା । ତାଙ୍କ କ୍ୟାରିୟରରେ ଯେପରି ବ୍ରେକ ଲାଗିଯାଇଥିଲା । ତେବେ ପୁଣି ଫେରୁଥିବାରୁ ଖୁବ ଖୁସି ଅଛନ୍ତି ରିୟା ।

ସମ୍ବନ୍ଧିତ ଖବର ସାଇଙ୍କ ଏଣ୍ଟ୍ରି

Tags: