ରୁଷ୍ ସାମରିକ ଅଧିକାରୀଙ୍କୁ ବାସଭବନ ବାହାରେ ଗୁଳିମାଡ଼
ମସ୍କୋ: ରୁଷ୍ର ଜଣେ ବରିଷ୍ଠ ସାମରିକ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଭ୍ଲାଦିମିର ଆଲେକ୍ସିଭଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଆଲେକ୍ସିଭ ହେଉଛନ୍ତି ରୁଷ୍ର ସାମରିକ ଗୁଇନ୍ଦା ଜିଆର୍ୟୁ ଉପମୁଖ୍ୟ। ମସ୍କୋ ସ୍ଥିତ ତାଙ୍କ ବାସଭବନ ବାହାରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଚିକିତ୍ସା କରାଯାଉଛି। ୬୪ ବର୍ଷୀୟ ଭ୍ଲାଦିମିର ଆଲେକ୍ସିଭ ରୁଷ୍ର ସାମରିକ ଗୁଇନ୍ଦା ସଂସ୍ଥାର ଉପମୁଖ୍ୟ। ସିରିଆରେ ମସ୍କୋର ସାମରିକ ଅଭିଯାନରେ ସେ ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି ଏବଂ ତାଙ୍କୁ ୨୦୨୩ ଜୁନ୍ରେ ‘ହିରୋ ଅଫ୍ ରୁଷ୍’ ମେଡାଲ୍ ମିଳିଥିଲା। ୟୁକ୍ରେନ ସୋଭିଏତ ରାଷ୍ଟ୍ରସଂଘର ଅଂଶ ଥିବାବେଳେ ଆଲେକ୍ସିବ ସେଠାରେ ଜନ୍ମ ହୋଇଥିଲେ । ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ୍ ସାଇବର ହସ୍ତକ୍ଷେପ ନେଇ ଉକ୍ତ ଅଧିକାରୀଙ୍କୁ ଆମେରିକା କଟକଣାରେ ରଖିଥିଲା।
Tags:



