ଓଟର ପାସପୋର୍ଟ

ଓଟର ପାସପୋର୍ଟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବିଶ୍ୱ କର୍କଟ ଦିବସ

ସାଉଦୀ ଆରବରେ ବର୍ତ୍ତମାନ ମଣିଷଙ୍କ ପରେ ଓଟମାନଙ୍କର ପାସପୋର୍ଟ ମିଳିବାରେ ଲାଗିଛି । ସେଠିକାର ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବର୍ତ୍ତମାନ ଓଟ ମାନଙ୍କୁ ବି ପାସପୋର୍ଟ ରଖିବାକୁ ହେବ । ସୂଚନା ଅନୁସାରେ ଓଟକୁ ସାଉଦି ଆରବର ସଂସ୍କୃତି ଓ ସମ୍ମାନର ଅଂଶ ଭାବେ ଗଣାଯାଇଥାଏ । ତେଣୁ ସେମାନଙ୍କୁ ବିଧିବଦ୍ଧ ଭାବେ ପାସପୋର୍ଟ ଦିଆଯାଉଛି । ସାଉଦି ଅରବରେ ଓଟର କିଣା ବିକା ଉପରେ ରେସିଂ କରାଯାଇଥାଏ । ତେଣୁ ଅନେକଥର ଓଟଙ୍କର ଚିହ୍ନଟ ସହିତ ମାଲିକାନାକୁ ନେଇ ବିବାଦ ହୋଇଥାଏ । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସରକାର ଏହି ପଦକ୍ଷେପ ଆପଣାଇଛନ୍ତି । ଏଥିରେ ଓଟଙ୍କର ଟିକା କରଣ ଓ ସ୍ବାସ୍ଥ୍ୟଗତ ସମସ୍ତ ତଥ୍ୟକୁ ସୁରକ୍ଷିତ ରଖାଯାଇଥାଏ । ଏହି ପାସପୋର୍ଟରେ ମାଇକ୍ରୋଚିପ ନମ୍ବର ଓ ପାସପୋର୍ଟ ନମ୍ବର ଲେଖାଯିବ । ଏଥିସହିତ ଓଟର ନାମ, ଜନ୍ମ ତିଥି ଆଦି ଲେଖାଯାଉଛି ।

ସମ୍ବନ୍ଧିତ ଖବର ଏକାଠି ଦେଖାଗଲେ ୪ ଚନ୍ଦ୍ର !

Tags: