ଚାରମଗଜ ଚିକେନ

ଚାରମଗଜ ଚିକେନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପସନ୍ଦର ସ୍ନିକର

ସାମଗ୍ରୀ - ଚିକେନ୍, ପିଆଜ କଟା, ରସୁଣ, ଅଦା, କଞ୍ଚା ଲଙ୍କା, ଟମାଟୋ, ଚାର ମଗଜ, କାଜୁ, ମିଟ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଲୁଣ, ଧନିଆ ପତ୍ର, ଗୋଟା ଗରମ ମସଲା ।

ପ୍ରଣାଳୀ - ପ୍ରଥମେ ଚିକେନକୁ ଧୋଇ ଲୁଣ, ଦଳଦୀ ଓ ସୋରିଷ ତେଲ ଦେଇ ଗୋଳାଇ ରଖି ନିଅନ୍ତୁ । ଏହାପରେ ରସୁଣ, ଅଦା, କଞ୍ଚାଲଙ୍କା, ଚାରମଗଜ, କାଜୁ ଦେଇ ଏକ ବଟା ପ୍ରସ୍ତୁତ କରନ୍ତୁ । ପ୍ରଥମେ କରେଇରେ ତେଲ ଗରମ କରି ଏଥିରେ ଗୋଟା ଗରମ ମସଲା ପକାନ୍ତୁ । ଏହାପରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହେବା ପରେ ରସୁଣ ଓ ଚାର ମଗଜ ବଟାକୁ ପକାନ୍ତୁ । ଅଳ୍ପ ସମୟ କସିବା ପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ଓ ଟମାଟୋ କଟା ପକାନ୍ତୁ । ସବୁ ଜିନିଷକୁ ଭଲଭାବେ କସନ୍ତୁ । ଏହାପରେ ଏଥିରେ ଚିକେନ ପକାଇ ଚିକେନ ଅଧା ସିଝିବା ପର୍ଯ୍ୟନ୍ତ କସନ୍ତୁ । ଚିକେନ ଭଲକରି କସିହେବା ପରେ ଏଥିରେ ଗରମ ପାଣି ଦେଇ ପ୍ରସ୍ତୁତ କରନ୍ତୁ ଚାରମଗଜ ଚିକେନ । ଏହାକୁ ଚକୁଳି ସହିତ ଖାଆନ୍ତୁ ଖୁବ ସୁଆଦିଆ ଲାଗିବ ।

Tags:

Related Posts

ଜଖିଆ

ଜଖିଆ

ଉଷୁନା ଚାଉଳ ଚକୁଳି

ଉଷୁନା ଚାଉଳ ଚକୁଳି

ମୁଢିଘାଣ୍ଟ

ମୁଢିଘାଣ୍ଟ

ପସନ୍ଦର ସ୍ନିକର

ପସନ୍ଦର ସ୍ନିକର