ଲାଲ ବାହାଦୂର ଶାସ୍ତ୍ରୀ

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି  

ଲାଲ ବାହାଦୂର ଶାସ୍ତ୍ରୀ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଗାୟିକା ଅର୍ପିତା ଚୌଧୁରୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ସମ୍ବନ୍ଧିତ ଖବର ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି

 

ଜଣେ ଭାରତୀୟ ରାଜନେତା, ସଂଗ୍ରାମୀ ଓ ଲୋକଙ୍କ ସେବକଭାବେ ପରିଚିତ ଥିଲେ । ସେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ତୂଲାଇଥିଲେ। ସେ ଗୁଜରାଟର ଆନନ୍ଦ ଅମୁଲ ଦୁଗ୍ଧ ସମବାୟ ସମିତିକୁ ସମର୍ଥନ ତଥା ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ କରି ଶ୍ବେତ ବିପ୍ଳବକୁ ପ୍ରୋତ୍ସାହିତ କରିଥିଲେ । ଏହା ଥିଲା ଦୁଗ୍ଧର ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ଏକ ଜାତୀୟ ଅଭିଯାନ । ଭାରତର ଖାଦ୍ୟ ଉତ୍ପାଦନକୁ ବୃଦ୍ଧି କରିବାର ଆବଶ୍ୟକତାକୁ ଦର୍ଶାଇ ଶାସ୍ତ୍ରୀ ୧୯୬୫ ମସିହାରେ ଭାରତରେ ସବୁଜ ବିପ୍ଳବକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ । ଏହା ଫଳରେ ବିଶେଷ କରି ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ବୃଦ୍ଧି ଘଟିଥିଲା । ଶାରଦା ପ୍ରସାଦ ଶ୍ରୀବାସ୍ତବ ଏବଂ ରାମଦୁଲାରୀ ଦେବୀଙ୍କ ପୁତ୍ରଭାବେ ୨ ଅକ୍ଟୋବର ୧୯୦୪ରେ ଜନ୍ମଗ୍ରହଣ କରିଥିଲେ । ସେ ପୂର୍ବ ସେଣ୍ଟ୍ରାଲ ରେଲୱେ ଇଣ୍ଟର କଲେଜ ଏବଂ ହରିଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଶିକ୍ଷା ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ମୁଜାଫରପୁରରେ ହରିଜନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ ଏବଂ ତାଙ୍କର "ଶ୍ରୀବାସ୍ତବ" ନାମକ ଜାତି ଭିତ୍ତିକ ଉପନାମ ପରିତ୍ୟାଗ କରିଥିଲେ । ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ଏବଂ ଆନି ବେସାନ୍ତଙ୍କ ବିଷୟରେ ପଢିବାଦ୍ୱାରା ଶାସ୍ତ୍ରୀଙ୍କ ଚିନ୍ତାଧାରା ବିଶେଷ ପ୍ରଭାବିତ ହୋଇଥିଲା । ଗାନ୍ଧୀଙ୍କଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ସେ  ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ଲାଲା ଲଜପତ ରାୟଙ୍କ ଦ୍ବାରା ପ୍ରତିଷ୍ଠିତ ଲୋକ ସେବକ ମଣ୍ଡଳର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ୧୯୪୭ ମସିହାରେ ଭାରତର ସ୍ବାଧୀନତା ପରେ ସେ ଭାରତ ସରକାରରେ ଯୋଗ ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପ୍ରମୁଖ କ୍ୟାବିନେଟ ସହକର୍ମୀ ଭାବେ ପ୍ରଥମେ ରେଳମନ୍ତ୍ରୀ ଏବଂ ପରେ ଗୃହମନ୍ତ୍ରୀ ସମେତ ଅନ୍ୟାନ୍ୟ ପ୍ରମୁଖ ପଦବୀରେ ରହିଥିଲେ । ୯ ଜୁନ୍ ୧୯୬୪ ରେ ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ଦେଶର ନେତୃତ୍ୱ ନେଇଥିଲେ । ଯୁଦ୍ଧ ସମୟରେ ସେ "ଜୟ ଯବାନ, ଜୟ କିସାନ" ସ୍ଲୋଗାନ ଦେଇଥିଲେ ଯାହା ଲୋକଙ୍କ ପାଖରେ ଖୁବ ପରିଚିତ ହୋଇପାରିଥିଲା । ତେବେ ୧୧ ଜାନୁଆରୀ ୧୯୬୬ରେ  ହୃଦ୍ଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କୁ ପରବର୍ତ୍ତୀ ସମୟରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା I

ସମ୍ବନ୍ଧିତ ଖବର ଶେଷକୃତ୍ୟ କରିବାକୁ ଆସି ଶେଷ ହୋଇଗଲେ ଯୁବକ

Tags: