ବୋମା ଖାଇଥିବା ଅସୁସ୍ଥ ହାତୀ ମୃତ

ବୋମା ଖାଇଥିବା ଅସୁସ୍ଥ ହାତୀ ମୃତ

ଆଠଗଡ଼ : ବୋମା ଖାଇ ଗୁରୁତର ହୋଇଥିବା ହାତୀର ମୃତ୍ୟୁ । ସାତକୋଶିଆରୁ କପିଳାଶ ଆଣୁଥିବା ବେଳେ ବାଟରେ ହାତୀର ମୃତ୍ୟୁ । ମୃତ ହାତୀ ମାଈ ହାତୀ ଓ ବୟସ ୪ବର୍ଷ । ପାଖାପାଖି ସପ୍ତାହେ ପୂର୍ବରୁ ହାତୀଟି ବୋମା ଖାଇ ଅସୁସ୍ଥ ହୋଇପଡ଼ିଥିଲା । ହାତୀଟି ଖାଦ୍ୟରେ ବୋମା ଚୋବାଇ ଦେବାରୁ ପାଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଗତ ରାତିରେ ସ୍ୱତନ୍ତ୍ର ଟ୍ରକ ଯୋଗେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଆସୁଥିଲା । କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ କରାଯିବ ଶବ ବ୍ୟବଚ୍ଛେଦ

ସମ୍ବନ୍ଧିତ ଖବର ଆଶ୍ରମ ବିଦ୍ୟାଳୟରୁ ନିଖୋଜ ୩ ଛାତ୍ରୀ ଉଦ୍ଧାର

ବୋମାଖାଇ ଆହତ ହୋଇଥିଲା ଅଣ୍ଡିରାହାତୀ । ଅନୁଗୁଳ ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରେ ଅସୁସ୍ଥ ହାତୀଟିକୁ ଠାବ କରିଥିଲା ବନ ବିଭାଗ । ଏହାପରେ ୩ ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ । ଗତକାଲି ହାତୀଟିକୁ ଅଧିକ ଚିକିତ୍ସା ପାଇଁ ଅନୁଗଳରୁ କପିଳାସ ସ୍ଥାନାନ୍ତର ହୋଇଥିଲା ମାତ୍ର ସେଠାରେ ତା'ର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ଡ଼ିଏଫଓ । ଏହି ଅମାନୁଷିକ ଘଟଣାର ତଦନ୍ତ କରାଯାଉଛି  । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନୁଗୋଳ ଡିଏଫଓ ।

ସମ୍ବନ୍ଧିତ ଖବର ମହିଳାଙ୍କ ସୁରକ୍ଷାରେ ୩୪ ତମ ସ୍ଥାନରେ ରାଜଧାନୀ

 

ସମ୍ବନ୍ଧିତ ଖବର ନିୟନ୍ତ୍ରଣରେ ଅଛି ଦୋକନ୍ଦା ଜଣ୍ଡିସ ସ୍ଥିତି

Tags: