ଇରାନରେ ସାମରିକ ଆଇନ ଲାଗୁ  

ଇରାନରେ ସାମରିକ ଆଇନ ଲାଗୁ  

ତେହେରାନଇରାନରେ ସରକାର ବିରୋଧୀ ପ୍ରତିବାଦ ଏବଂ ବଢୁଥିବା ହିଂସା ମଧ୍ୟରେ, ଏବେ ସାରା ଦେଶରେ ସାମରିକ ଆଇନ ଲାଗୁ କରାଯାଇଛି। ଆଇନ ଅନୁସାରେ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ମନ୍ତବ୍ୟ ଏବଂ ଧମକ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ,ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଇରାନ ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି। ଆମେରିକା ମାନବାଧିକାର କାର୍ଯ୍ୟକର୍ତ୍ତା ନ୍ୟୁଜ ଏଜେନ୍ସି ସୂଚନାନୁଯାୟୀ, ଇରାନର ସରକାର ବିରୋଧୀ ଆନ୍ଦୋଳନରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ,୬୧୫ ଜଣ ପ୍ରଦର୍ଶନକାରୀଙ୍କୁ ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ୧୩ ଶିଶୁ ଅଛନ୍ତି। ପ୍ରଦର୍ଶନରେ ଅଂଶଗ୍ରହଣ କରିନଥିବା ୧୪ ଜଣ ନାଗରିକଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଛି। ଆନ୍ଦୋଳନରେ ସାମିଲ ୧୮,୪୦୦ରୁ ଲୋକଙ୍କୁ ଗିରଫ କରାଯାଇଛି।  ସାମରିକ ଆଇନ ଲାଗୁ ହେବା ଦ୍ବାରା ସାମରିକ ବାହିନୀ ଏବେ ଦେଶକୁ ନିୟନ୍ତ୍ରଣ କରିବେ। ଏହା ସାମୟିକ ଭାବରେ ସାଧାରଣ ଆଇନ ଶୃଙ୍ଖଳାକୁ ସ୍ଥଗିତ ରଖିବ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସାମରିକ ବାହିନୀକୁ କର୍ଫ୍ୟୁ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଲଗାଇବା ଭଳି ବିଶେଷ କ୍ଷମତା ପ୍ରଦାନ କରାଯିବ। ଆଇନ ଶୃଙ୍ଖଳା ବଜାୟ ରଖିବା ଦାୟିତ୍ବ ସାମରିକ ବାହିନୀ ଉପରେ ରହିବ। ଇରାନରେ ଶେଷ ଥର ପାଇଁ ସେପ୍ଟେମ୍ବର ୧୯୭୮ ରେ ସାମରିକ ଆଇନ ଲାଗୁ କରାଯାଇଥିଲା।  

Tags: