ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ

ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ

ଭୁବନେଶ୍ୱର : ଏଣିକି ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟମାନଙ୍କରେ ହେବ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ । ସମସ୍ତ ବ୍ଲକ, ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଏଣିକି ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରା‌ଯିବ । ଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ସରକାରୀ କାର୍ଯ୍ୟାଳୟରୁ ପ୍ରକାଶ ପାଉଥିବା ସମସ୍ତ ନୋଟିସ, ବିଜ୍ଞପ୍ତି, ପତ୍ର ବିନିମୟ ଇତ୍ୟାଦି ଓଡିଆ ଭାଷାରେ ହେବ। ଯେଉଁ ଅଧିକାରୀ ଏହାର ଖିଲାପ କରିବେ ତାଙ୍କୁ ଏହି ବିଷୟରେ ତାଗିଦ କରାଯିବ। ଆବଶ୍ୟକ ହେଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। 

ସମ୍ବନ୍ଧିତ ଖବର ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

ପ୍ରଶାସନିକ ଭାଷାକୋଷକୁ ନିରନ୍ତର ଭାବେ ଅଦ୍ୟତନ କରାଯିବ । ସରକାରୀ କାର୍ଯ୍ୟାଳୟମାନଙ୍କରେ ଏହାକୁ ଉପଲବ୍ଧ କରାଇବା ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ରାଜ୍ୟର ସମସ୍ତ ବିଭାଗ, ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର, ସମସ୍ତ ଜିଲ୍ଲାପାଳଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସ୍ୱତନ୍ତ୍ର ଶାସନ ସଚିବଙ୍କ ପକ୍ଷରୁ ଚିଠି କରାଯାଇଛି।

ସମ୍ବନ୍ଧିତ ଖବର ୟୁନିଫର୍ମ ଫେରାଇବା ସହ ମଧ୍ୟାହ୍ନ ଭୋଜନକୁ ବର୍ଜନ କଲେ ଛାତ୍ରଛାତ୍ରୀ

Tags: