ଲୋନରେ ମିଳୁଛି ଛେଳି
ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ଏକ ଏଭଳି ନିଆରା ବ୍ୟାଙ୍କ ଚାଲୁଛି ଯିଏ ଲୋନରେ ଅର୍ଥ ବଦଳରେ ଛେଳି ପ୍ରଦାନ କରୁଛି । ଏହାର ନାମ ରଖାଯାଇଛି ଗୋଟ ବ୍ୟାଙ୍କ, ଯାହା ଆଜି ପର୍ଯ୍ୟନ୍ତ ୩୦୦ରୁ ଅଧିକ ଗରିବ, ବିଧବା ଓ ଭୂମିହୀନ ମହିଳାଙ୍କୁ ରୋଜଗାର ପ୍ରଦାନ କରି ଆତ୍ମନିର୍ଭର କରିଛି । ଏହି ବ୍ୟାଙ୍କକୁ ଏକ ଫାଉଣ୍ଡେସନ ଚଳାଉଛି । ଏଠାରେ ମହିଳାଙ୍କୁ ଛେଳି ପାଳନର ଟ୍ରେନିଂ ଦିଆଯାଇଥାଏ । ଏହାପରେ ଗୋଟିଏ ଛେଳି ମାଗଣାରେ ପ୍ରଦାନ କରାଯାଇଥାଏ । ଏହି ବ୍ୟାଙ୍କର ସହାୟତାରେ ପାଖାପାଖି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ମହିଳାମାନେ ରୋଜଗାର କରିପାରୁଛନ୍ତି । ତେବେ ଯେବେ ଉକ୍ତ ଛେଳିର ପିଲା ହୋଇଥାଆନ୍ତି ତେବେ ଗୋଟିଏ ପିଲାକୁ ବ୍ୟାଙ୍କକୁ ପ୍ରଦାନ କରିବାକୁ ହୋଇଥାଏ । ଏହିଭଳି ଭାବେ ଉକ୍ତ ମହିଳା ୪୦ ମାସ ପାଇଁ ୪ଟି ଛେଳି ଛୁଆ ବ୍ୟାଙ୍କକୁ ପ୍ରଦାନ କରନ୍ତି । ବ୍ୟାଙ୍କକୁ ମିଳିଥିବା ଏହି ଛେଳି ଛୁଆମାନେ ବଡ ହେବାପରେ କୌଣସି ନା କୌଣସି ଲୋକଙ୍କୁ ସାହାଯ୍ୟ କରିଥାଆନ୍ତି । କାରଣ ଏହି ଛୁଆଙ୍କୁ ହିଁ ମହିଳାଙ୍କୁ ପ୍ରଦାନ କରାଯାଇଥାଏ ।
Related Posts



