ଆଇସିସି ରାଙ୍କିଂ,୫ ବର୍ଷ ପରେ କୋହଲି ପୁଣି ନମ୍ବର ୱାନ୍

ଆଇସିସି ରାଙ୍କିଂ,୫ ବର୍ଷ ପରେ କୋହଲି ପୁଣି ନମ୍ବର ୱାନ୍

ନୂଆଦିଲ୍ଲୀ : ୨୦୨୬ ପାଇଁ ପ୍ରଥମ ଆଇସିସି ରାଙ୍କିଂ ପ୍ରକାଶ ପାଇଛି। କୋହଲି ପୁଣି ନମ୍ବର ୱାନ୍। ରୋହିତ ଶର୍ମାଙ୍କୁ ପଛରେ ପକାଇ କୋହଲି ନମ୍ବର ୱାନ୍ । ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ କୋହଲିଙ୍କୁ ନମ୍ବର ୱାନ୍ ମାନ୍ୟତା ମିଳିଛି । ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଏକ ନମ୍ବରରେ କୋହଲି । କୋହଲିଙ୍କ ରେଟିଂ ଏବେ ୭୮୫ କୁ ବୃଦ୍ଧି ପାଇଛି । ୧୪୦୩ ଦିନ ପରେ ODI ରାଙ୍କିଂରେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ବିରାଟ କୋହଲି । ତେବେ ରୋହିତ ଶର୍ମା ଏବେ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି ।

ସମ୍ବନ୍ଧିତ ଖବର ୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଇଂଲଣ୍ଡକୁ ହରାଇ ଭାରତ ଷଷ୍ଠଥର ବିଶ୍ବବିଜେତା

ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଦ୍ୱିତୀୟ । ମାନ୍ୟତାରେ ୬ ପଏଣ୍ଟ ହରାଇ ରୋହିତ ନମ୍ବର ୩କୁ ଖସିଲେ । ପଞ୍ଚମରେ ଅଛନ୍ତି ଶୁବମନ୍ ଗିଲ୍ । ସେପଟେ ଟି – ୨୦ ବ୍ୟାଟିଂରେ ଅଭିଷେକ ଶର୍ମା ନମ୍ବର ୱାନ୍ ମାନ୍ୟତା ବଜାୟ ରଖିଛନ୍ତି । ବୋଲିଂ ଟେଷ୍ଟରେ ବୁମ୍‌ରା ଓ ଟି – ୨୦ରେ ବରୁଣ ଚକ୍ରବର୍ତ୍ତୀ ନମ୍ବର ୱାନ୍ । ଟେଷ୍ଟ ଅଲରାଉଣ୍ଟର ମାନ୍ୟତାରେ ଜାଡେଜା ପୂର୍ବପରି ନମ୍ବର ୱାନ୍ ।

ସମ୍ବନ୍ଧିତ ଖବର ବଦଳିଲା PMO ଠିକଣା,‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପୂର୍ବରୁ, ବିରାଟ କୋହଲି ୧୩ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଦିନିକିଆ ରାଙ୍କିଙ୍ଗରେ ନମ୍ବର ୧ ସ୍ଥାନ ବଜାୟ ରଖିଥିଲେ, ଯେତେବେଳେ ତାଙ୍କୁ ଏପ୍ରିଲ ୧୪ରେ ପାକିସ୍ତାନୀ ବ୍ୟାଟସମ୍ୟାନ ବାବର ଆଜମ ବଦଳାଇଥିଲେ। 

ସମ୍ବନ୍ଧିତ ଖବର ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

Tags: