ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ନିରପେକ୍ଷ ତଦନ୍ତ ଦାବି କଲେ ଅନୁଭବ
କଟକ : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଚାଲିଛି ତଦନ୍ତ । ହ୍ୟୁମାନଙ୍କ ମାଆଙ୍କ ଅଭିଯୋଗକ୍ରମେ ଘଟଣାର ତଦନ୍ତ ଚାଲିଛି । ମଲ୍ଟି ଅର୍ଗାନ୍ ଫେଲ ଯୋଗୁଁ ହ୍ୟୁମାନଙ୍କ ମୃତ୍ୟୁ ହୋଇଛି । ହେଲେ ହ୍ୟୁମାନ କେଉଁଥି ପାଇଁ ସେ ଷ୍ଟେଜରେ ପହଞ୍ଚିଲେ । କ’ଣ କ’ଣ ସେ ଗତି କରିକି ଆସିଥିଲେ । ଏଥିରେ କାହାର କାହାର ସମ୍ପୃକ୍ତି ଏସବୁର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଅଭିନେତା ଅନୁଭବ ମହାନ୍ତି । ମୃତ୍ୟୁ ପଛର କାରଣ ଓ କେମିତି ମୁତ୍ୟୁ ମୁଖରେ ପଡ଼ିଲେ ଜଣାପଡ଼ିବା ଦରକାର । ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ହ୍ୟୁମାନଙ୍କ ମୃତ୍ୟୁରେ କେଉଁମାନେ ଦୋଷୀଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସତ ପଦାକୁ ଆସିବ ବୋଲି କହିଛନ୍ତି ଅନୁଭବ । ସେ କହିଛନ୍ତି ହ୍ୟୁମାନଙ୍କ ମାଆଙ୍କୁ ଧନ୍ୟବାଦ ଯେ ସେ ସାହାସ ବାନ୍ଧି ଏତଲା ଦେଲେ । ଯେଉଁମାନେ ଏଥିରେ ଲିପ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ସୂଚନାନୁସାରେ,ଗତ ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଲିଭର ସିରୋସିସ ସହିତ ମଲ୍ଟି ଅର୍ଗାନ୍ ଫେଲିଅର ହୋଇଥିବା ଡାକ୍ତର କହିଥିଲେ । ଏହାକୁ ନେଇ ଡିସେମ୍ବର ୨୧ ତାରିଖରେ ଅର୍ପିତା ଚୌଧୁରୀ, ସୋମେଶ ଶତପଥୀଙ୍କ ସମେତ ୯ଜଣଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଇଥିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।



