ଖାଲି ପଦବୀର ତଥ୍ୟ ଦେବାକୁ ଗୃହ ବିଭାଗର ଚିଠି

ଖାଲି ପଦବୀର ତଥ୍ୟ ଦେବାକୁ ଗୃହ ବିଭାଗର ଚିଠି

ଭୁବନେଶ୍ୱର : ଗୃହ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି । ବାରମ୍ବାର ନିର୍ଦେଶ ପରେ ବି ସରକାରୀ ଅଧିକାରୀ ତାହାର ତଥ୍ୟ ଦେଉ ନାହାନ୍ତି । ଏହାକୁ ନେଇ ଚିଠି ଲେଖିଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ । ଫାଙ୍କା ପଡ଼ିଥିବା ପୋଷ୍ଟର ତଥ୍ୟ ଦେବାକୁ ଗୃହ ବିଭାଗ ଚିଠିରେ ନିର୍ଦେଶ ଦେଇଛି । ପୋଲିସ ଡିଜି, ଅଗ୍ନିଶମ ଡିଜି, ଜେଲ୍‌ ଡିଜିଙ୍କୁ ଚିଠି ଲେଖିଛନ୍ତି । ହାଇକୋର୍ଟ ରେଜିଷ୍ଟ୍ରାର ଓ ଜୁଡିସିଆଲ ଏକାଡେମୀକୁ ବି ଗୃହ ବିଭାଗ ଚିଠି ଲେଖିଛି । ୧୫ ତାରିଖରେ ଥିବା ସଚିବସ୍ତରୀୟ ବୈଠକ ପୂର୍ବରୁ ତଥ୍ୟ ଦେବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ।

ସମ୍ବନ୍ଧିତ ଖବର ଝାରସୁଗୁଡା ଜିଲ୍ଲା ରେଳଷ୍ଟେସନରେ ନିଆଁ

 

ସମ୍ବନ୍ଧିତ ଖବର ଆଜିଠୁ "ଶିଶିର ସରସ -୨୦୨୬' ମେଳା

Tags: