ଆଞ୍ଚଳିକ ଦଳ ଗଢିବା ମାନସିକତାରେ ନାହିଁ - ବିଜୟ ମହାପାତ୍ର
ଭୁବନେଶ୍ୱର : ବିଜେଡିରେ ହଇଚଇ । ହଠାତ ଆକ୍ସନ ନେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ୨ ନିର୍ବାଚିତ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ନବୀନ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସହିତ ପାଟକୁରା ନବ ନିର୍ବାଚିତ ବିଧାୟକ ତଥା ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଦଳରୁ ନିଲମ୍ବିତ ହୋଇଛନ୍ତି । ଏହାକୁ ନେଇ ଆଜି ବିଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି 'ବିଶ୍ଵାସଘାତକ କିଏ ଲୋକେ କହିବେ, କାର୍ଯ୍ୟାନୁଷ୍ଠାନ ପଛରେ ଥାଇପାରେ ଷଡ଼ଯନ୍ତ୍ର...'। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ହେଉଥିବା ଚର୍ଚ୍ଚାକୁ ନେଇ କହିଲେ,ଚର୍ଚ୍ଚାରେ କ'ଣ ଅଛି ? ବିଜେଡି ଗୋଟିଏ ଦଳ, ସେ ତାଙ୍କ ପଦକ୍ଷେପ ନେଇଛନ୍ତି। ବିଶ୍ୱାସଘାତ କ'ଣ ହେଇଛି ସେମାନେ କହିବେ ମୁଁ ଜାଣିବାରେ କିଛି ଘଟିନି... ଓଡ଼ିଶାର ଲୋକେ ଅପେକ୍ଷା କରୁଛନ୍ତି କାରଣ କ'ଣ ଜାଣିବା ପାଇଁ। କାହା ପାଖରେ କ'ଣ ଗୁଇନ୍ଦା ରିପୋର୍ଟ ଅଛି ସେମାନେ କହିପାରିବେ । ଭବିଷ୍ୟତ କଥା କିଏ କହିବ ? ଅରବିନ୍ଦ ମହାପାତ୍ର ମୋ ସମ୍ପର୍କରେ ନବୀନଙ୍କ ସହ କିଛି ଆଲୋଚନା କରିନି। ତେଣୁ କ'ଣ ହେଇଛି ଆକଳନ କରିବା କଷ୍ଟ। ଦଳରେ ଥିଲା ଆଉ ଦଳୀୟ ଲାଇନ କ'ଣ ? ନବୀନଙ୍କ ଦସ୍ତଖତରେ ଆସିଛି ଆଉ ନିଷ୍ପତି କ'ଣ ? ଓଡ଼ିଶା ଲୋକ ଜାଣିଲେ ଏଟା ଭଲ ହେଲା। ଏହା ପଛରେ ଷଡଯନ୍ତ୍ର ଥାଇପାରେ । ଦଳରେ ଯେଉଁ ଲୋକ ତାଙ୍କ ସାଙ୍ଗରେ ଅଛନ୍ତି ତାଙ୍କ କଥା ବୁଝିବ, ଏରିଆ କଥା ବୁଝିବ ଏହାହିଁ ମୋ ପରାମର୍ଶ ।
ସେହିପରି ସେ କହିଛନ୍ତି ଆଞ୍ଚଳିକ ଦଳ ଗଠନ କରିବା ମୋ ମାନସିକତାରେ ନାହିଁ । ରାଜନୈତିକ ସମ୍ପର୍କ ପାଇଁ ସମସ୍ତ ଦଳର ନେତାଙ୍କ ସହ ସାକ୍ଷାତ ହୁଏ । ନିକଟରେ ଦିଲ୍ଲୀପ ରାୟଙ୍କ ସହ ମଧ୍ୟ ଭେଟ ହୋଇଥିଲା ।



