ସକ୍କରାଇ ପୋଙ୍ଗଲ

ସକ୍କରାଇ ପୋଙ୍ଗଲ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଫ୍ୟାଶନ ଟ୍ରେଣ୍ଡ

 ସାମଗ୍ରୀ:

ସମ୍ବନ୍ଧିତ ଖବର ଘରକୁ ରଖନ୍ତୁ ସୁଖୀ   

ଅରୁଆ ଚାଉଳ,ମୁଗ ଡାଲି, ଗୁଣ୍ଡ ଗୁଡ଼, ଘିଅ, କାଜୁ ଓ କିସମିସ, ଅଳେଇଚ ଗୁଣ୍ଡ, କ୍ଷୀର ।

ସମ୍ବନ୍ଧିତ ଖବର ମଲାଇ ଲଡ଼ୁ

ପ୍ରଣାଳୀ:

ପ୍ରଥମେ ଏକ କଡ଼େଇରେ ମୁଗ ଡାଲିକୁ ସାମାନ୍ୟ ଭାଜି ଦିଅନ୍ତୁ। ଏହାପରେ ଚାଉଳ ଏବଂ ଭଜା ଡାଲିକୁ ଭଲଭାବେ ଧୋଇ ଦିଅନ୍ତୁ । ଏଥିରେ ୪ କପ୍ ପାଣି ଏବଂ ଅଳ୍ପ କ୍ଷୀର ଦେଇ ପ୍ରେସର କୁକରରେ ୪-୫ଟି ସିଟି ଦେଇ ଭଲ ଭାବେ ସିଝାଇ ଦିଅନ୍ତୁ ।  ଅନ୍ୟ ଏକ ପାତ୍ରରେ ଗୁଡ଼ ସହିତ ଅଧ କପ୍ ପାଣି ମିଶାଇ ଗରମ କରନ୍ତୁ । ଗୁଡ଼ ମିଳେଇଗଲେ ଏହାକୁ ଛାଣି ଦିଅନ୍ତୁ । ବର୍ତ୍ତମାନ ସିଝା ହୋଇଥିବା ଚାଉଳ-ଡାଲିକୁ ସାମାନ୍ୟ ଚକଟି ଦିଅନ୍ତୁ ଏବଂ ସେଥିରେ ଗୁଡ଼ ପାଗ ମିଶାଇ ଧୀମା ଆଞ୍ଚରେ ୫ ମିନିଟ୍ ଫୁଟାନ୍ତୁ । ଏହାପରେ ଏକ ଛୋଟ ପାତ୍ରରେ ଘିଅ ଗରମ କରି କାଜୁ ଓ କିସମିସକୁ ସୁନେଲି ରଙ୍ଗ ହେବା ଯାଏଁ ଭାଜନ୍ତୁ । ଶେଷରେ  ଏହି ଭଜା କାଜୁ, କିସମିସ ଏବଂ ଅଳେଇଚ ଗୁଣ୍ଡକୁ ପୋଙ୍ଗଲରେ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ସୁଆଦିଆ ସକ୍କରାଇ ପୋଙ୍ଗଲ।

Tags:

Related Posts