କଲକତାରେ ହେବ ଇନଭେଷ୍ଟର୍ସ ମିଟ,ଯୋଗ ଦେବେ ମୁଖ୍ୟମନ୍ତ୍ରୀ - ଅନୁ ଗର୍ଗ
ଭୁବନେଶ୍ୱର : ଶିଳ୍ପକୁ ସରକାରଙ୍କ ଗୁରୁତ୍ୱ । କୋଲକାତାରେ ଅନୁଷ୍ଠିତ ହେବ ଇନଭେଷ୍ଟର୍ସ ମିଟ୍ । ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଯୋଗ ଦେବେ ମୁଖ୍ୟ ଶାସନ ସଚିବ । ଆଜି ଖାରବେଳ ଭବନରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇଛନ୍ତି ଅନୁ ଗର୍ଗ । ଏହାବ୍ୟତୀତ ବରିଷ୍ଠ ଅଧିକାରୀମାନେ ମଧ୍ୟ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଶୁକ୍ରାବର ଅନୁଷ୍ଠିତ ହେବାକୁ ଥିବା ଇନ୍ଭେଷ୍ଟର ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ସମେତ ମନ୍ତ୍ରୀ ଓ ଅଧିକାରୀ । ପୂର୍ବରୁ ହାଇଦ୍ରାବାଦ୍ ରେ ଅନୁଷ୍ଠିତ ହୋଇଥିଲା ଇନ୍ଷ୍ଟେଟର ମିଟ୍ । ଯେଉଁଥିରେ ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଏହି ଇଇନ୍ଭେଷ୍ଟର ମିଟରେ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିଥିଲା ।
ଆଜିର ସଚିବସ୍ତରୀୟ ବୈଠକରେ ପାନୀୟଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେବା ପାଇଁ ଆଲୋଚନା ହୋଇଛି । ଆସନ୍ତା ବଜେଟ୍ରେ କଣ ନୂଆ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ପଏଣ୍ଟର କାର୍ଯ୍ୟକାରୀ ପାଇଁ ଆଲୋଚନା ହୋଇଛି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହେବ । ପ୍ରତି ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍ ୱିଣ୍ଡୋ ବୈଠକ ଅନୁଷ୍ଠିତ ହେବ ।



