ସଜନା ଶାଗ ମୁଗ ନଡିଆ
ଓଡିଆ ରୁଚି
By: Ipsita
ସମ୍ବନ୍ଧିତ ଖବର ପରିବା ପୋଡପିଠା
ସମ୍ବନ୍ଧିତ ଖବର ମଲାଇ ଲଡ଼ୁ
ସାମଗ୍ରୀ _ ସଜନା ଶାଗ, ନଡିଆ କୋରା, ଛୋପା ଛଡା ଭଜା ମୁଗ, ଫଞ୍ଚ ଫୁଟଣ, ଶୁଖିଲା ଲଙ୍କା ।
ସମ୍ବନ୍ଧିତ ଖବର ଘରକୁ ରଖନ୍ତୁ ସୁଖୀ
ପ୍ରଣାଳୀ _ ପ୍ରଥମେ ସଜନା ଶାଗକୁ ଭଲଭାବେ ବାଛି ନିଅନ୍ତୁ । ଏହାପରେ କରେଇ ଅଲଗା ଭାବେ ଭଜା ମୁଗ ଡାଲିକୁ ସିଝାଇ କାଢି ରଖନ୍ତୁ । ଏହାପରେ କରେଇରେ ତେଲ ଗରମ କରି ସେଥିରେ ପଞ୍ଚଫୁଟଣ ଓ ଶୁଖିଲା ଲଙ୍କା ପକାନ୍ତୁ । ଏହା ଫୁଟିବା ପରେ ସେଥିରେ ଶାଗ ପକାଇ ଭାଜନ୍ତୁ । ବର୍ତ୍ତମାନ ଏଥିରେ ଲୁଣ ଦେଇ ଏହାକୁ ଘୋଡାଇ ଦିଅନ୍ତୁ । କିଛି ସମୟ ପରେ ଶାଗ ଭଲଭାବେ ନରମ ହୋଇ ଆସିଲେ ଏଥିରେ ମୁଗ ସିଝା ଓ ନଡିଆ କୋରା ପକାଇ ଅଳ୍ପ ସମୟ ଫୁଟାନ୍ତୁ । ସମସ୍ତ ସାମଗ୍ରୀ ଭଲକରି ସିଝିଯିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ପ୍ରସ୍ତୁତ ହୋଇଯିବ ସଜନା ଶାଗ ମୁଗ ନଡିଆ । ଏହାକୁ ସର୍ବଦା ଗରମ ଗରମ ପରଷନ୍ତୁ ଖୁବ ସ୍ବାଦିଷ୍ଟ ହୋଇଥାଏ ।
Tags:
Related Posts



