ଚନ୍ଦ୍ରରୁ ଆସିବ ପୃଥିବୀକୁ ବିଜୁଳି

ଚନ୍ଦ୍ରରୁ ଆସିବ ପୃଥିବୀକୁ ବିଜୁଳି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉଦ୍ଭିଦ ଜଗତ

ଜଳବାୟୁ ପରିବର୍ତ୍ତନ ଓ ବିଜୁଳିର ଅଭାବ ସହିତ ଲଢିବା ପାଇଁ ଏକ ଜାପାନୀ କମ୍ପାନୀ ଚନ୍ଦ୍ରରେ ସୋଲାର ପ୍ୟାନେଲ ବିଛାଇବାକୁ ଯାଉଛି । କମ୍ପାନୀର ନାଁ ଶିମିଜୁ ଥିବାବେଳେ, ଏଠାରେ ପ୍ରାୟ ୧୧ ହଜାର ଲମ୍ବାର ସୋଲାର ପ୍ୟାନେଲ ବିଛା ଯିବାନେଇ ଦାବି ରହିଛି । ଉକ୍ତ ପ୍ରୋଜେକ୍ଟର ନାଁ ବୈଜ୍ଞାନିକମାନେ ଲୁନାର ରିଂ ରଖିଛନ୍ତି, ଏହି ପ୍ରୋଜେକ୍ଟରେ ସୋଲାର ପ୍ୟାନେଲ ଗୁଡିକ ୨୪ ଘଣ୍ଟା ସୂର୍ଯ୍ୟର ଶକ୍ତି ଶୋଷଣ କରି ପୃଥିବୀକୁ ବିଜୁଳି ପଠାଇବ । ଏହି ସୋଲାର ବେଲ୍ଟଟି ପାଖାପାଖି ୪୦୦ କିମି ଚଉଡା ହେବ, ଯାହା ପୂରା ଚନ୍ଦ୍ରକୁ ଘେରିବ । ସୋଲାର ପ୍ୟାନେଲ ତିଆରି କରିବାକୁ ଚନ୍ଦ୍ରପୃଷ୍ଠରୁ ହିଁ କଞ୍ଚାମାଲ ଅଣାଯିବ । ସେହିଭଳି ଚନ୍ଦ୍ରରେ ଏହି କାର୍ଯ୍ୟ ମଣିଷ ନୁହେଁ ବରଂ ରୋବଟ କରିବେ ବୋଲି ଜଣା ପଡିଛି । କମ୍ପାନୀର ଲକ୍ଷ ୨୦୩୫ ପର୍ଯ୍ୟନ୍ତ ପ୍ରୋଜେକ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ । ଚନ୍ଦ୍ରରେ ଉତ୍ପନ୍ନ ହେଉଥିବା ବିଜୁଳି ମାଇକ୍ରୋୱେବ ଓ ଲେଜର ବିମ ସାହାଯ୍ୟରେ ପୃଥିବୀକୁ ପଠାଯିବ । ପୃଥିବୀରେ ତିଆରି ହୋଇଥିବା ସ୍ବତନ୍ତ୍ର ଷ୍ଟେସନ ଏହି ତରଙ୍ଗ ଗୁଡିକୁ ରିସିଭ କରିବା ସହିତ ବ୍ୟବହାର ଯୋଗ୍ୟ ବିଜୁଳିରେ ପରିଣତ କରିବ । ସେହିଭଳି ପୃଥିବୀରେ ବିନା ସୂର୍ଯ୍ୟରେ ଏହି ପ୍ୟାନେଲ ଗୁଡିକ କାମ କରିନଥାଏ, ହେଲେ ଚନ୍ଦ୍ରରେ ବିନା ସମସ୍ୟାରେ ୨୪ ଘଣ୍ଟା ଏହା ବିଜୁଳି ଉତ୍ପନ୍ନ କରିବ । ଏହା ପୃଥିବୀ ପାଇଁ ଖୁବ ସହାୟକ ହେବ ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର ଡେବ୍ରିଗଡ଼ ଅଭୟାରଣ୍ୟ

Tags:

Related Posts