ବିଜେଡି ନେତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ
By: Samaya Live News
ଶେରଗଡ଼ : ବିଜେଡି ନେତାଙ୍କ ଘରେ ଇଡି ରେଡ । ଗଞ୍ଜାମ ଜିଲ୍ଲା ଶେରଗଡ଼ର ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢିଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଚଢ଼ାଉ କରିଛି । ଇଡିର ତିନିଜଣିଆ ଟିମ ଶେରଗଡ ବାଇପାସରେ ନିକଟରେ ଥିବା ତାଙ୍କ ପୈତୃକ ଘରେ ଚଢ଼ାଉ କରିଛି ।
ଆଜି ଭୋରରୁ ହୃଷୀକେଶ ଓ ତାଙ୍କ ପୁଅ ରହୁଥିବା ବ୍ରହ୍ମପୁର ଅମ୍ବିକାନଗର ବାସ ଭବନ ସହିତ ବ୍ରହ୍ମପୁର ଜୟପ୍ରକାଶ ନଗର,ଗାନ୍ଧୀ ନଗରରେ ଥିବା ଠିକଣା ଉପରେ ଚଢ଼ାଉ କରିଥିବା ଜଣା ପଡିଛି । ତେବେ ଚଢ଼ାଉର ପ୍ରକୃତ କାରଣ ଜଣାପଡିନି । ଯାହା ଅନୁମାନ କରାଯାଉଛି, ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି ।
ସମ୍ବନ୍ଧିତ ଖବର ଶିଶୁଭବନ ଛକ ବ୍ୟାରିକେଡ଼ ଭାଙ୍ଗି ଘରର ଛାତ ଉପରେ ପଡିଲା କାର
ସମ୍ବନ୍ଧିତ ଖବର ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ
Tags:



